ସମ୍ବଲପୁର– ୨୭ ତମ ସମ୍ବଲପୁର ଲୋକ ମହୋତ୍ସବ ଲାଗି ଶନିବାର ସକାଳ ସାଢେ ୯ଟା ବେଳେ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏଥିରେ କଳା ସଂସ୍କୃତି ପ୍ରେମୀଙ୍କ ସମେତ ବିଭିନ୍ନ ବର୍ଗର ବ୍ଯକ୍ତି ବିଶେଷ ଯୋଗ ଦେଇଛନ୍ତି । ଏହି ଶୋଭାଯାତ୍ରା ମା ସମଲେଇଙ୍କ ମନ୍ଦିର ନିକଟରେ ପହଁଞ୍ଚିବା ପରେ ୨୦୨୫ ଲୋକ ମହୋତ୍ସବର ଶୁଭାନୁକୂଳ ନେଇ ପୂଜାର୍ଚ୍ଚନା କରାଯିବ ।
ଆଜିର ଏହି ଶୋଭାଯାତ୍ରା ଓ ମା ସମଲେଶ୍ଵରୀଙ୍କ ମନ୍ଦିରରେ କଳା ସଂସ୍କୃତି ପ୍ରେମୀଙ୍କ ଭିଡ଼ ଏକ ଶୀହରଣ ଭରା ଉନ୍ମାଦନା ସୃଷ୍ଟି କରିଛି ।