ମହାକୁମ୍ଭନଗର– ଆସ୍ଥାର ମହାପର୍ବ ମହାକୁମ୍ଭ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏବେ ଠାରୁ ଦେଶ ବିଦେଶରୁ ସନ୍ଥ, ବାବା ଏବଂ ତପସ୍ୱୀ ମାନେ ଆସିବା ଆରମ୍ଭ କଲେଣି । ନିଜର ନିଆରା ବ୍ରତ, ପ୍ରତିଜ୍ଞା ଏବଂ ଚମତ୍କାରୀ ଦ୍ୱାରା ବାବା ମାନେ ଶ୍ରଦ୍ଧାଳୁ ମାନଙ୍କୁ ଧ୍ୟାନ ନିଜ ଆଡକୁ ଆକର୍ଷିତ କରୁଛନ୍ତି ।
ଆସାମର କାମାକ୍ଷା ଧାମରୁ ଆସିଥିବା ଗଙ୍ଗାପୁରୀ ମହାରାଜ ନିଜର ପ୍ରତିଷ୍ଠା ଏବଂ ପ୍ରତିଜ୍ଞାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ୫୭ ବର୍ଷିୟ ଗଙ୍ଗାପୁରୀ ମହାରାଜଙ୍କ ଉଚ୍ଚତା ପ୍ରାୟ ସାଢ଼େ ୩ ଫୁଟ୍ ଅଟେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେ ୩୨ ବର୍ଷ ହେଲା ସ୍ନାନ କରି ନାହାଁନ୍ତି । କେବଳ ତାଙ୍କର ଜଟ ର ସ୍ନାନ ହୋଇଥାଏ । ନିଜର ଏହି ପ୍ରତିଜ୍ଞାକୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି । ସେ କହିଛନ୍ତି ଯେ, ଏହାହିଁ ଆଧ୍ୟାତ୍ମିକ ସ୍ନାନ ଅଟେ । ଏବଂ ଏହା ତାଙ୍କର ଏକ ପ୍ରତିଜ୍ଞାର ଅଂଶ ଅଟେ ।
Related Stories
January 6, 2025