ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭାରତ ସରକାରର ପୂର୍ବତନ ପ୍ରଧାନ ବୈଜ୍ଞାନିକ ପରାମର୍ଶଦାତା ଏବଂ ପରମାଣୁ ବିଜ୍ଞାନ କ୍ଷେତ୍ରରେ ଅଗ୍ରଣୀ ବ୍ୟକ୍ତିତ୍ୱ ଡ଼ଃ ଆର୍ ଚିଦମ୍ବରମ୍ଙ୍କ ପରଲୋକରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।
ମୁଖ୍ୟମନ୍ତ୍ରୀ ତାଙ୍କର ଶୋକ ବାର୍ତାରେ କହିଛନ୍ତି, ଯେ ମୁଁ ଦେଶର ସବୁଠାରୁ ପ୍ରତିଷ୍ଠିତ ପରମାଣୁ ବୈଜ୍ଞାନିକମାନଙ୍କ ମଧ୍ୟରୁ ଜଣେ ଡ଼ଃ ଆର୍ ଚିଦମ୍ବରମ୍ଙ୍କ ପରଲୋକ ହେବା ଜାଣି ମୁଁ ଗଭୀର ଭାବେ ଦୁଃଖିତ । ଭାରତର ବୈଜ୍ଞାନିକ ସମୁଦାୟ ଏବଂ ଜାତୀୟ ସୁରକ୍ଷାରେ ତାଙ୍କ ଅବଦାନ ସଦା ସ୍ମରଣୀୟ ହୋଇ ରହିବ ।”