ଧର୍ମଶାଳା– ଦିନକୁ ଦିନ ରାଜ୍ୟରେ ପ୍ରଦୂଷଣ ବଢିବାରେ ଲାଗିଛି । ଫଳରେ ମାନବ ସମାଜ ଉପରେ ଏହାର କୁପ୍ରଭାବ ପଡୁଛି । ବର୍ତମାନର ସଭ୍ୟତା ଓ ମାନବ ସମାଜର ଉତ୍ଥାନ ପାଇଁ ସୁସ୍ଥ ଓ ସୁସ୍ଥ ପରିବେଶ ସମ୍ପ୍ରତି ଜଳବାୟୁ ଉପରେ ଏହାର ପ୍ରଭାବ ପଡିଛି । ବିଶେଷ କରି ରାଜ୍ୟରେ ପ୍ଲାଷ୍ଟିକର ବ୍ୟବହାର ଏବେ ମୁଖ୍ୟ କାରଣ ପାଲଟିଛି । ହାଟ ବଜାର ଓ ହୋଟେଲ ଆଉ ରେଷ୍ଟୁରାଂଟରେ ପ୍ରବଳ ପ୍ଲାଷ୍ଟିକ୍ର ବ୍ୟବହାର ବଢିବଢି ଚାଲିଛି । ପ୍ଲାଷ୍ଟିକ ମୁକ୍ତ ଭାରତ କେବଳ ଭାଷଣରେ ସୀମିତ ରହିଛି । ଏବେ ଯାଜପୁର ଜିଲା ଧର୍ମଶାଳା,ବଡଚଣା,ରସୁଲପୁର ଓ ବରୀ ଆଦି ଅଂଚଳରେ ପ୍ଲାଷ୍ଟିକର ବହୁଳ ବ୍ୟବହାର ଦେଖିବାକୁ ମିଳିଛି । ହାଟରୁ ସଉଦା ଆଣିବାଠାରୁ ଆରମ୍ଭ କରି ପ୍ଲାଷ୍ଟିକରେ ଜଳଖିଆ ଆଦିରେ ବହୁ ବ୍ୟବହାର ଦେଖିବାକୁ ମିଳିଛଇ । ଫଳରେ ମଣିଷ ଜୀବନ ଉପରେ ବେଶ ପ୍ରଭାବ ପଡୁଛି । ଏ ଦିଗରେ ବିଭିନ୍ନ ଶିଷାନୁଷ୍ଠାନ ଓ ସରକାରୀ ସ୍ତରରେ ସଚେତନ କରାଯାଉଥିଲେ ମଧ୍ୟ ଏହାର ପ୍ରଭାବ ପଡୁ ନ ଥିବା ପରିବେଶବିତମାନେ ମତ ପ୍ରକାଶ କରିଛନ୍ତି । ଆଗକୁ ଏହା ଉପରେ ରୋକ ଲଗା ନ ଗଲେ ମଣିଷ ସ୍ୱାସ୍ଥ୍ୟ ଉପରେ ବେଶ ପ୍ରଭାବ ପଡିବ । ଅନ୍ୟପକ୍ଷେରେ ସରକାରଙ୍କ ପକ୍ଷରୁ କେବଳ କିଛଇ ସମୟ ପାଇଁ ସଚେତନ କରୁଥିବା ବେଳେ ବ୍ୟବହାରକାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବା ସହ ପ୍ଲାଷ୍ଟିକ ତିଆରି କମ୍ପାନୀ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉ ନାହିଁ । ଫଳରେ ଗାଁ ଗଣ୍ଡାରେ ପ୍ଲାଷ୍ଟିକର ବହୁଳ ବ୍ୟବହାର ହେଉଛି । ଏ ଦିଗରେ ସରକାର କଡ଼ା ଆଭିମୁଖ୍ୟ ନେବାକୁ ପଡିବ ବୋଲି ପରିବେଶବିତମାନେ ମତପ୍ରକାଶ କରିଛନ୍ତି ।
Related Stories
January 5, 2025