ରାଉରକେଲା– ରାଉରକେଲା ପୁଲୋିସ ଜିଲ୍ଲାର ପ୍ଲାଟଂ ସାଇଡ ଥାନା ନିକିଟ ମିନାପଡାରେ ଆଜି ସକାଳୁ ପୁଲିସିର ଅତର୍କୀତ ଚଢଉ ଫଳରେ ସେଠାରୁ କିଛି ବ୍ରାଉନସୁଗାର, ଗଂଜେଇ ଓ ନଗଦ ଟଙ୍କା ଜବତ ହୋଇଥିବା ଜଣାପଡିଛି। ପୁଲିସ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି । ତେବେ ନିକଟରେ ପ୍ଳାଣ୍ଟ ସାଇଡ ଥାନା ବାବୁଙ୍କର ମାଲକାନାଗିରିକୁ ବଦଳି ହେବା ପରେ ଦିର୍ଘ ବର୍ଷ ଧରି କେବେ ହେଲେ ଏହି ବସ୍ତିରେ ଚଢଉ ହୋଇନଥିବା ବେଳେ ଆଜି ହଠାତ ଏଭଳି ଚଢଉ ବିଭିନ୍ନ ଦିଗକୁ ଇସାରା କରିବା ସହ ଘଟଣାକୁ ନେଇ ନାନା ପ୍ରଶ୍ନ ଠିଆ କରିଛି ।
ଖବରରୁ ଜଣାପଡିଛି ଯେ, ଗତ ଦୁଇ ଦିନ ତଳେ ପ୍ଲାଟଂସାଇଡ ଥାନା ବାବୁଙ୍କର ଏଠାରୁ ବଦଳି ହୋଇଥିଲା, ସେ ଏଯାଏ ଏଠାରୁ ଯାଇନାହାନ୍ତି, ହଠାତ ଆଜି ସକାଳୁ ମିନାପଡା ଯାହା ଥାନାରୁ ଅଳ୍ପ ଦୂରରେ ଅବସ୍ଥିତ ସେଠାରେ ପୁଲିସ ଚଢଉ କରି୧୧୫ ପୁଡିଆ ଅର୍ଥାତ ୫ ଗ୍ରାମ ବ୍ରାଉନସୁଗାର, ୩୪ କେଜି ଗଂଜେଇ, ନଗଦ ୭୭ ହଜାର ଟଙ୍କା ଓ ୨ଟି ମୋବାଇଲ ଜବତ କରିଛି । ଏହି ଘଟଣାରେ ୩ ଜଣ ମହିଳାଙ୍କ ସମେତ ଜଣେ ପୁରୁଷକୁ ମିଶାଇ ୪ ଜଣଙ୍କୁ ଗିରଫ କରି ପଚରା ଉଚରା କରୁଛି ପୁଲିସ । ତେବେ ନୂଆବର୍ଷ ଆଗରୁ ରାଉରକେଲା ପୁଲିସ ଜିଲ୍ଲାରୁ କିଛି ଅଫିସରଙ୍କର ରାଜ୍ୟ ପୁଲିସ ଅନ୍ୟାନ୍ୟ ଜିଲ୍ଲାକୁ ବଦଳି କରିଥିଲା, ତା ଭିତରେ ଏହି ଥାନା ବାବୁଙ୍କର ମଧ୍ୟ ଏଠାରୁ ମାଲକାନାଗିରି ବଦଳି ହୋଇଥିଲା, ତେବେ ଚଢାଉ ହୋଇଥିବା ଯାଗା ମିନା ପଡାରେ ଦିର୍ଘ ବର୍ଷ ବର୍ଷ ଧରି ଏଭଳି ନିଶା କାରବାର ସାଙ୍ଗକୁ ଅପରାଧୀ ମାନଙ୍କର ବାସସ୍ଥାନ ହୋଇ ରହିଥିଲା, କେବେ ହେଲେ ଏହି ପ୍ଲାଟଂ ସାଇଡ ପୁଲିସ ଏଠାରେ ଚଢଉ କରିନଥିଲା। ତେବେ ହଠାତ ଆଜି ସକାଳୁ ଏହି ଚଢଉ କରାଜିବା ସହ ସେଠାରୁ ଏଭଳି ନିଶା ସାମଗ୍ରୀ ଜବତ ହେବା ଘଟଣା ବିଭିନ୍ନ ଦିଗକୁ ଇସାରା କରୁଛି। ଅନ୍ୟପକ୍ଷରେ ନାଲାରୋଡ ପାଖରେ ଏହି ମିନାପଡା, ଯଦି ଏଠି ଏଭଳି କାରବାର ଚାଲିଥିଲା ତେବେ ଆଜିଯାଏ ପୁଲିସ ନିରବ ଥିଲା କାହିଁକି ବୋଲି ପ୍ରଶ୍ନ ହେଉଛି ।
ଦୀର୍ଘ ବର୍ଷ ତଳେ ଏହି ଅଁଚଳରୁ ଆତଙ୍କବାଦୀଙ୍କୁ ରାଜ୍ୟ ବାହାର ପୁଲିସ ଆସି ଧରିଲା କିନ୍ତୁ ଦୀର୍ଘ ଦିନ ଧରି ଆତଙ୍କବାଦୀ ମାନେ ଏଠାରେ ଥିଲେ ବି ପୁଲିସ ତାହା ଜାଣି ପାରିନଥିଲା, ଏହା ହେଉଛି ଏକ ଜ୍ୱଳନ୍ତ ଉଦାହରଣ।