ଚଣ୍ଡୀଗଡ଼– ପଞ୍ଜାବ ସରକାର ଲୋକ ସେବା ଆୟୋଗର ସୁପାରିଶରେ ଲରେନ୍ସ ବିଶ୍ନୋଇକୁ ଜେଲ୍ ରେ ଇଂଟରଭ୍ୟୁ କରାଇବା ମାମଲାରେ ଡିଏସପି ଗୁରଶେର ସିଂହଙ୍କୁ ଚାକିରୀରୁ ବହିଷ୍କାର କରାଯିବା ନେଇ ନିର୍ଦ୍ଦେଶ ଜାରି କରିଛନ୍ତି । ରାଜ୍ୟ ସରକାରଙ୍କ ଗୃହ ମନ୍ତ୍ରାଳୟ ଗୁରୁବାର ରାତିରେ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ।
ବାସ୍ତବରେ ପଞ୍ଜାବରେ ଲୋକ ଗାୟକ ସିଦ୍ଧୁ ମୁସେବାଲାଙ୍କ ହତ୍ୟା ପରେ ପଞ୍ଜାବ ପୋଲିସ ଲରେନ୍ସ ବିଶ୍ନୋଇକୁ ରିମାଣ୍ଡରେ ଆଣିଥିଲା । ରିମାଣ୍ଡ ଅବଧି ସମୟରେ ଖରଡ଼ରେ ଏକ ଟିଭି ଚ୍ୟାନେଲ ଲରେନ୍ସ ବିଶ୍ନୋଇର ସାକ୍ଷାତକାର କରିଥିଲା । ଏହି ସାକ୍ଷାତକାର କରାଇବାର ଅଭିଯୋଗ ଡିଏସପି ଗୁରଶେର ସିଂହଙ୍କ ଉପରେ ଲାଗିଛି । ଘଟଣାର ଦୀର୍ଘ ତଦନ୍ତ ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପଞ୍ଜାବ ସରକାର ପ୍ରାୟ ୨ ମାସ ପୂର୍ବରୁ ଲୋକସେବା ଆୟୋଗକୁ ଗୁରଶେର ସିଂହଙ୍କ ବରଖାସ୍ତ ପାଇଁ ସୁପାରିଶ କରିଥିଲେ । ପରେ ଲୋକସେବା ଆୟୋଗଙ୍କ ସ୍ୱୀକୃତି ମିଳିବା ପରେ ପଞ୍ଜାବ ଗୃହ ବିଭାଗ ଗୁରୁବାର ରାତିରେ ଗୁରଶେର ସିଂହଙ୍କୁ ଚାକିରୀରୁ ବରଖାସ୍ତ କରାଯିବା ନେଇ ନିର୍ଦ୍ଦେଶ ଜାରି କରିଛି ।
Related Stories
January 6, 2025