କୋଲକାତା -ବର୍ଷା ଆରମ୍ଭରୁ ସିନେମା ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି।ପ୍ରସିଦ୍ଧ ଫିଲ୍ମ ବାଘା ଯତିନର ନିର୍ଦ୍ଦେଶକ ଅରୁଣ ରାୟ ଆଜି ସକାଳେ ଷେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡୀତ ଥିଲେ,ଏବଂ ଗତ ଆଠ ଦିନ ଫୁସଫୁସ ସଂକ୍ରମଣ ହେତୁ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଆଇସିୟୁରେ ଭର୍ତ୍ତୀ ହୋଇଥିଲେ।ତାଙ୍କ ଅବସ୍ଥା ବିଗିଡିବାରେ ଲାଗିଥିଲା ଶେଷରେ ସେ କୋମାକୁ ଚାଲିଯାଇଥିଲେ।ଗତ ଏକ ବର୍ଷ ଧରି ଅରୁଣ ରାୟ କର୍କଟ ରୋଗରେ ଚିକିତ୍ସିତ ହେଉଥିଲେ।ଏହା ସତ୍ତ୍ୱେ ସେ ତାଙ୍କ ଫିଲ୍ମ ବାଘା ଯତିନ କାମ ଶେଷ କରିଥିଲେ।ଏହି ଫିଲ୍ମ ଗତ ବର୍ଷ ଦୁର୍ଗା ପୁଜା ଅବସରରେ ରିଲିଜ ହୋଇଥିଲା।ଫିଲ୍ମର ଟ୍ରିଜର ଲଞ୍ଚ ସମୟରେ ମଧ୍ୟ ସେ ଟାଟା ମେଡିକାଲ ସେଣ୍ଟରରେ ଚିକିତ୍ସିତ ହେଉଥିଲେ।