ଦୋହା– ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ବୁଧବାର କତାରର ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ମହମ୍ମଦ ବିନ୍ ଅବଦୁଲରହମାନ ଅଲ ଥାନୀଙ୍କୁ ସାକ୍ଷାତ କରିଛନ୍ତି । ଜୟଶଙ୍କର କହିଛନ୍ତି ଯେ, ସାକ୍ଷାତ ସମୟରେ ଅଲ ଥାନୀ ଓ ସେ ଦ୍ୱିପାକ୍ଷିକ ସହଯୋଗର ସମୀକ୍ଷା କରିଛନ୍ତି ।
ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଏକ୍ସ ପୋଷ୍ଟରେ କହିଛନ୍ତି ଯେ, ଆଜି ଦୋହାରେ ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ମହମ୍ମଦ ବିନ୍ ଅବଦୁଲ ରହମାନ ଅଲ ଥାନୀଙ୍କ ସହ ସାକ୍ଷାତ କରି ଖୁସି ହୋଇଛି ।2025ରେ ଏହା ମୋର ପ୍ରଥମ କୂଟନୈତିକ ସାକ୍ଷାତ ଅଟେ ।ଆମେ ଦ୍ୱିପାକ୍ଷିକ ସହଯୋଗ ଉପରେ ଏକ ଉପଯୋଗୀ ସମୀକ୍ଷା କରିଛୁ । ଏହାସହିତ ଆଂଚଳିକ ଓ ବୈଶ୍ୱିକ ବିକାଶ ଉପରେ ବ୍ୟାପକ ଆଲୋଚନା ହୋଇଛି ।