ନୂଆଦିଲ୍ଲୀ– କେନ୍ଦ୍ରୀୟ କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କ ପକ୍ଷରୁ ଚାଷୀ ପ୍ରସଙ୍ଗରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିବା ମାମଲାରେ ଆଜି ଆମ୍ ଆଦମୀ ପାର୍ଟି ପାଲଟା ଆକ୍ରମଣ କରି ବିଜେପି ଓ କେନ୍ଦ୍ର ସରକାରଙ୍କୁ କାଠଗଡାରେ ଠିଆ କରିଛି ।
ଆପ୍ ସାଂସଦ ସଂଜୟ ସିଂହ ଗୁରୁବାର ଏଠାରେ ପ୍ରେସମିଟରେ କହିଛନ୍ତି ଯେ, ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ, ତାଙ୍କ ଠାରେ ଚାଷୀଙ୍କ ସଂପର୍କରେ କଥା ହେବାରେ ଏବେ ବି ସାହସ ଅଛି । ସେମାନେ ଚାଷୀଙ୍କୁ ଅଣଦେଖା କରିଛନ୍ତି ଏବଂ ଏମଏସପି ଆଇନ ଏବେ ଯାଏ ବି ଲାଗୁ କରିନାହାନ୍ତି । ଏହା ଏହି ପାର୍ଟିର କାରଣରୁ ହେଉଛି । ଚାଷୀ ନେତା ଡଲ୍ଲେବାଜ ଆମରଣ ଅନଶନରେ ଅଛନ୍ତି । ଏହା ଏହି ପାର୍ଟି କାରଣରୁ ଯେ, ମହାରାଷ୍ଟ୍ରରେ ଚାଷୀମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି ।