ନୂଆଦିଲ୍ଲୀ– ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାମିଲନାଡୁରେ ହଜାରେ କୋଟି ଟଙ୍କାରୁ ଅଧିକ ସାଇବର ଠକେଇ ସହିତ ଜଡିତ ମାମଲାର ଯାଂଚ ପ୍ରସଙ୍ଗରେ ପଶ୍ଚିମବଙ୍ଗରେ 8ଟି ସ୍ଥାନରେ ରେଡ୍ କରିଛି ।
ଅଧିକାରୀଙ୍କ ସୂତ୍ର ମୁତାବକ ଇଡି କୋଲକାତାର ପାର୍କ ଷ୍ଟ୍ରିଟ୍, ସଲ୍ଟ ଲେକ୍ ଓ ବାଗୁଇହାଟି ଅଂଚଳର 5ଟି ସ୍ଥାନରେ ଓ ଅନ୍ୟ ଜିଲ୍ଲାର 3ଟି ସ୍ଥାନରେ ଏକସଙ୍ଗରେ ରେଡ୍ କରିଛି । ସଲ୍ଟ ଲେକ ଅଂଚଳରେ ରେଡ୍ ସମୟରେ ଇଡି ଅଧିକାରୀ ଜଣେ ବ୍ୟକ୍ତିଙ୍କୁ ହେପାଜତକୁ ନେଇଛନ୍ତି ।