ପାଟଣା– ଆରିଫ୍ ମହମ୍ମଦ ଖାନ ଗୁରୁବାର ବିହାରର 42ତମ ରାଜ୍ୟାପଳ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ପାଟଣା ହାଇକୋର୍ଟର ମୁଖ୍ୟ ବିଚାରପତି କୃଷ୍ଣନ ବିନୋଦ ଚନ୍ଦ୍ରନ ତାଙ୍କୁ ଶପଥ ପାଠ କରାଇଛନ୍ତି । ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ, ବିଧାନସଭା ବାଚସ୍ପତି ନନ୍ଦ କିଶୋର ଯାଦବ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟର ଅନ୍ୟ ମନ୍ତ୍ରୀ ସାମିଲ ହୋଇଥିଲେ ।
ଶପଥ ଗ୍ରହଣ ସମାରୋହ ପରେ ଆରିଫ କହିଛନ୍ତି ଯେ, ବିହାରରେ ଅନେକ ପ୍ରତିଭା ରହିଛି । ବିହାରର ଲୋକେ ବେଶ୍ ଉର୍ଜାବାନ ଅଟନ୍ତି । ଦେଶରେ ବିହାରରେ ଲୋକଙ୍କ ବଡ ଭୂମିକା ରହିଛି । ସେ କହିଛନ୍ତି ଯେ, ବିହାରର ବିକାଶ ପାଇଁ ଯାହା ବି ସମ୍ଭବ ହେବ, ସେ ସରକାରଙ୍କ ସହ ମିଳିତ ଭାବେ ନିଶ୍ଚିତ କରିବେ ।