ଭୁବନେଶ୍ୱର, ଚଳିତ ବର୍ଷ ଜାନୁଆରୀ ୫ ତାରିଖରୁ ଆଦିବାସୀ ମେଳାର ଆୟୋଜନ କରାଯିବ । ପ୍ରବାସୀ ଭାରତୀୟ ଦିବସକୁ ଧ୍ୟାନରେ ରଖି ଏହି ମେଳାର ଆୟୋଜନ ଏଥର ଶୀଘ୍ର କରାଯାଉଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଆମ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଚଳିତ ବର୍ଷର ଆଦିବାସୀ ମେଳାକୁ ସ୍ବତନ୍ତ୍ର ଭାବରେ ପ୍ରବାସୀ ଭାରତୀୟ ଦିବସକୁ ଧ୍ୟାନରେ ରଖି ଆୟୋଜିତ କରାଯିବ । ସହରରେ ଆଦିବାସୀ ଗ୍ରାମ, ଆଦିବାସୀ ହାଟ, ଜନଜାତି ଖାଦ୍ୟପେୟ, ଲାଇଭ୍ ଡେମନଷ୍ଟ୍ରେସନ୍, ସ୍ବତନ୍ତ୍ର ବିର୍ସା ମୁଣ୍ଡା ପାଭିଲିୟନ୍ ଆଦି ଅନେକକୁ ଚଳିତ ବର୍ଷ ଆଦିବାସୀ ମେଳାର ସ୍ଥାନ ଦିଆଯାଉଛି । ବର୍ତ୍ତମାନ ଏସବୁର ନିର୍ମାଣ କାର୍ଯ୍ୟ ଜୋରସୋର୍ ରେ ଚାଲିଛି ।