ନୂଆଦିଲ୍ଲୀ– ନୂଆବର୍ଷର ପ୍ରଥମ ଦିନ କେନ୍ଦ୍ରର ମୋଦି ସରକାର କୋଟି କୋଟି ଚାଷୀଙ୍କ ପାଇଁ ଦୁଇଟି ବଡ ନିଷ୍ପତି ନେଇଛନ୍ତି । କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ବୁଧବାର ବୈଠକରେ ଫସଲ ବୀମା ଯୋଜନାର ଆବଂଟନକୁ ବୃଦ୍ଧି କରି 69,515 କୋଟି କରିବାକୁ ମଂଜୁରୀ ପ୍ରଦାନ କରିଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜାତୀୟ ମିଡିଆ ସେଂଟରରେ ଆୟୋଜିତ ପ୍ରେସମିଟରେ ମନ୍ତ୍ରିମଣ୍ଡଳର ନିଷ୍ପତି ସଂପର୍କରେ ସୂଚନା ଦେଇଛନ୍ତି । ବୈଷ୍ଣବ କହିଛନ୍ତି ଯେ, ଏହି ନିଷ୍ପତି ଯୋଗୁ 2025-26 ଯାଏ ସାରା ଦେଶର ଚାଷୀଙ୍କ ପାଇଁ ଅଣ-ପ୍ରତିରୋଧକ ପ୍ରାକୃତିକ ବିପର୍ଯ୍ୟୟରୁ ଫସଲର ବିପଦ କଭରେଜରେ ସହାୟତା ମିଳିବ ।ଏହା ବ୍ୟତୀତ ଯୋଜନାର କ୍ରିୟାନ୍ୱୟନରେ ବହୁ ପରିମାଣର ପ୍ରଯୁକ୍ତି ବିଦ୍ୟାର ଉପଯୋଗରେ ପାରଦର୍ଶିତା ଓ ଦାବିଗୁଡିକର ହିସାବ ଏବଂ ସମାଧାନ ବୃଦ୍ଧି ପାଇବ । ଏଥିପାଇଁ କେନ୍ଦ୍ର ମନ୍ତ୍ରିମଣ୍ଡଳ 824.77 କୋଟି ଟଙ୍କାର ରାଶି ସହିତ ନବାଚାର ଓ ପ୍ରଯୁକ୍ତିବିଦ୍ୟା କୋଷର ନିର୍ମାଣକୁ ବି ମଂଜୁରୀ ଦିଆଯାଇଛି । ଏହି କୋଷର ଉପଯୋଗ ଯୋଜନା ଅନ୍ତର୍ଗତ ପ୍ରଯୁକ୍ତିବିଦ୍ୟା ପଦକ୍ଷେପ ପରି ୟସ-ଟେକ, ୱିଣ୍ଡସ ଆଦି ସହିତ ଗବେଷଣା ଓ ବିକାଶ ଅଧ୍ୟୟନର ଆର୍ଥିକ ପୋଷଣ ପାଇଁ କରାଯିବ ।
Related Stories
January 3, 2025
January 3, 2025