ଚଣ୍ଡିଗଡ– ପଂଜାବର ଶମ୍ଭୁ ଓ ଖନୌରୀରେ ଚାଲୁଥିବା ଚାଷୀ ଆନ୍ଦୋଳନ ଉପରେ ଏକ କୃଷକ ସଙ୍ଗଠନ ଭିନ୍ନ ଭିନ୍ନ ନିଷ୍ପତି ନେବା ଆରମ୍ଭ କରିଦେଲେଣି । ସୋମବାର ହୋଇଥିବା ବୈଠକ ପରେ ମିଳିତ କୃଷକ ମୋର୍ଚ୍ଚା ଘୋଷଣା କରିଛି ଯେ, ଚାଷୀ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ହାଇ ପାୱାର କମିଟିର ଜାନୁୟାରୀ 3ରେ ହେବାକୁ ଥିବା ବୈଠକରେ ମୋର୍ଚ୍ଚା ସାମିଲ ହେବନି ।
ଏସକେଏମ ଶମ୍ଭୁ ଓ ଖନୌରୀ ମୋର୍ଚ୍ଚାରେ କୌଣସି ଭୂମିକା ନହେବା କାରଣରୁ ଏହି ନିଷ୍ପତି ନିଆଯାଇଛି । ପୂର୍ବରୁ ଦାବି କରାଯାଉଥିଲା ଯେ, ମିଳିତ ମୋର୍ଚ୍ଚାର ନେତା ବୈଠକରେ ସାମିଲ ହେବେ ।