ନୂଆଦିଲ୍ଲୀ– ଭାରତ ଓ ପାକିସ୍ତାନ ବୁଧବାର ପରସ୍ପରର ଜେଲରେ ବନ୍ଦ ନାଗରିକ କଏଦୀଙ୍କ ତାଲିକା ଆଦାନ ପ୍ରଦାନ କରିଛନ୍ତି । ଭାରତ 81 ମତ୍ସ୍ୟଜୀବୀଙ୍କ ସହିତ 462 ପାକିସ୍ତାନ କଏଦୀ ଓ ପାକିସ୍ତାନ 217 ମତ୍ସ୍ୟଜୀବୀଙ୍କ ସହିତ 266 ଭାରତୀୟ କଏଦୀଙ୍କ ତାଲିକା ବାଂଟିଛନ୍ତି ।
ବୈଦେଶିକ ମନ୍ତ୍ରାଳୟ ଏକ ବୟାନରେ କହିଛି ଯେ, 2008ରେ ହୋଇଥିବା ଦ୍ୱିପାକ୍ଷିକ କାଉନସିଲର ଏକ୍ସେସ ବୁଝାମଣା ପ୍ରାବଧାନ ଅନ୍ତର୍ଗତ ପ୍ରତି ବର୍ଷ ଜାନୁୟାରୀ 1 ଓ ଜୁଲାଇ 1ରେ ଏଭଳି ତାଲିକା ଆଦାନ ପ୍ରଦାନ କରାଯାଇଥାଏ । ଏଥିରେ କୁହାଯାଇଛି ଯେ, ଭାରତ ଓ ପାକିସ୍ତାନ ଆଜି ନୂଆ ଦିଲ୍ଲୀ ଓ ଇସଲମାବାଦରେ ରାଜନୈତିକ ମାଧ୍ୟମରେ ପରସ୍ପରର ଜେଲରେ ବନ୍ଦ ନାଗରିକ କଏଦୀଙ୍କ ତାଲିକା ଆଦାନ ପ୍ରଦାନ କରିଛନ୍ତି ।