ଭୁବନେଶ୍ୱର– ଚଳିତ ବର୍ଷ ଫେବୃଆରୀରେ ଆୟୁଷ୍ମାନ ଲାଗୁ ହେଉଥିବାରୁ ସରକାରଙ୍କ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ ବର୍ଷ । ଆଇଟି ଇଣ୍ଟିଗ୍ରେଟ ଉପରେ ବିଭାଗ କାର୍ଯ୍ୟ କରୁଛି । ନିକଟରେ କେନ୍ଦ୍ରୀୟ ଟିମ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଫେରିଛନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ୩୦ ହଜାର ହସ୍ପିଟାଲରେ କାର୍ଡ ଦ୍ଵାରା ଚିକିତ୍ସା ସୁବିଧା ମିଳିବ । ପ୍ରତି ପରିବାରର ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ । ଇ-କେୱାଇସି ଡାଟାବେସକୁ ଆଧାର କରି ଆୟୁଷ୍ମାନ ଭାରତ – ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଡ ଦିଆଯିବ । ଯେଉଁ ମାନଙ୍କର ଇ-କେୱାଇସି ହୋଇନାହିଁ ସେମାନଙ୍କ କଥା ମଧ୍ୟ ସରକାର ବିଚାରକୁ ନେବେ । ୧ କୋଟି ପରିବାରର ତଥ୍ୟ ସରକାରଙ୍କ ପାଖରେ ରହିଛି । ସେମାନଙ୍କ ନାମକୁ ସରକାର ବିଚାରକୁ ନେବେ ବୋଲି ମନ୍ତ୍ରୀ କହିଛନ୍ତି।
ସେହିପରି ସରକାରଙ୍କ ପାଇଁ ଚଳିତ ବର୍ଷ ଗୁରୁତ୍ବପୁର୍ଣ ବର୍ଷ । ୨୦୨୫ ଶେଷ ବେଳକୁ ଟିବି ବା ଯକ୍ଷ୍ମା ମୁକ୍ତ ହେବ ଓଡ଼ିଶା ଓ ସାରା ଦେଶ । ସ୍ବାସ୍ଥ୍ୟ ବିଭାଗ ପାଇଁ ଗୁରୁତ୍ୱପୂର୍ଣ୍ଣ । ନୂଆ ମେଡିକାଲ କଲେଜ ଖୋଲିବା ଓ ଡାକ୍ତର ନିଯୁକ୍ତି ଓ ଆୟୁଷ୍ମାନ ଲାଗୁ ହେବ । ସେ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି ।