ଭୁବନେଶ୍ୱର– ଉତ୍କର୍ଷ ଓଡିଶା ସଫଳ ଆୟୋଜନ ଶିଳ୍ପ ବିଭାଗ ପାଇଁ ଚାଲେଞ୍ଜ ହେବ । 2025ରେ ଅନେକ ଶିଳ୍ପ ଗ୍ରାଉଣ୍ଡେଡ ହେବ ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ । 5 ଲକ୍ଷ କୋଟି ନିବେଶ ଟାର୍ଗେଟ ରଖି ସରକାର କାମ କରୁଛନ୍ତି । ଦେଶରେ ଓ ଦେଶ ବାହାରେ ରୋଡ଼ ଶୋ ହୋଇଛି । ଉତ୍କର୍ଷ ଓଡିଶା ମେକ ଇନ ଓଡିଶାରେ ସିଂହପୁର ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ । ବିଜେପି ଶିଳ୍ପକୁ ନେଇ ଯେଉଁ ପ୍ରତିଶ୍ରୁତି ଦେଇଛି ତାକୁ ପୂରଣ କରାଯିବ । କେଉଁ ଶିଳ୍ପ ଆସିଲେ ନିଯୁକ୍ତି ଅଧିକ ସୃଷ୍ଟି ହେବ, ସେଥି ପ୍ରତି ବିଭାଗ ଗୁରୁତ୍ୱ ଦେଉଛି ବୋଲି ସେ କହିଛନ୍ତି ।
Related Stories
January 3, 2025