କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ ।ସଡକକୁ ସୁସ୍ଥ,ସୁରକ୍ଷିତ ଓ ସଠିକ ରଖାଯାଇପାରିଲେ ସଡ଼କ ସୁରକ୍ଷା ସହଜ ହୋଇ ପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା କହିଛନ୍ତି। ଅପରାହ୍ନରେ ସର୍କିଟ ହାଉସ ଠାରେ ପରିବହନ ବିଭାଗ ପକ୍ଷରୁ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଶ୍ରୀ ବେହେରା ସଡକ ସୁରକ୍ଷା ପାଇଁ ଥିବା ନିୟମ ଓ ମାର୍ଗଦର୍ଶିକା କୁ ଅନୁପାଳନ କରାଗଲେ ନିଶ୍ଚିତ ଭାବେ ଦୁର୍ଘଟଣା ହ୍ରାସ ପାଇବ ।ଜାତୀୟ ରାଜପଥ କର୍ତ୍ତୃପକ୍ଷ, ପୂର୍ତ୍ତ ବିଭାଗ, ପୋଲିସ ବିଭାଗ, ପରିବହନ ବିଭାଗ, ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ଧରପଗଡ ଜାରି ରଖିବା,ଲୋକ ମାନଙ୍କୁ ସଚେତନ କରାଇବା, ଦୁର୍ଘଟଣା ପ୍ରବଣ ସ୍ଥାନ ଓ କାରଣ ଚିହ୍ନଟ କରି ବୈଜ୍ଞାନିକ ପଦ୍ଧତିରେ ଏହାର ନିରାକରଣ ଉପରେ ସେ ଗୁରୁତ୍ୱ ଦେଇଥିଲେ। ପ୍ରାରମ୍ଭରେ ପରିବହନ କାର୍ଯ୍ୟାଳୟର ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ରାଜେଶ କୁମାର ମହାପାତ୍ର, ସ୍ବତନ୍ତ୍ର ଅଧିକାରୀ ରବିନ ପଟ୍ଟନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହ ଜିଲ୍ଲାର ତଥ୍ୟ ଉପସ୍ଥାପନ କରିଥିଲେ। ଜିଲ୍ଲାରେ ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସିଡ଼ିଏମଓ ଙ୍କ ପ୍ରତିନିଧି ଡା ରୂପଭାନୁ ମିଶ୍ର,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଡିଆଇବି ଡିଏସପି ରମେଶ ଚନ୍ଦ୍ର ଦାଶ, ସହକାରୀ ଏମଭିଆଇ ଅମିତ କୁମାର ରଣା, ଶିକ୍ଷା କାର୍ଯ୍ୟାଳୟ ର ଆଇପିଇ ମହେନ୍ଦ୍ର କୁମାର ବିଶ୍ବାଳ, ଟୁରିଷ୍ଟ ବସ ମାଲିକ ସଂଘ ସମ୍ପାଦକ ପ୍ରଦୀପ କୁମାର ଦାସ, ପୁରୀ ବେସରକାରୀ ବସ ମାଲିକ ସଂଘର ରାଜବଲ୍ଲଭ ମିଶ୍ର,ଅନନ୍ତ ସିଂ, ଟାଉନ ବସ ମାଲିକ ସଂଘର ପ୍ରତିନିଧି, ଜାତୀୟ ରାଜପଥ ପ୍ରତିନିଧି ବରଦାକାନ୍ତ ସାହୁ, ଅନ୍ୟାନ୍ୟ ବିଭାଗର ଅଧିକାରୀ,ବସ ମାଲିକ ସଂଘର ପ୍ରତିନିଧି ଓ ସଦସ୍ୟ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ ଥିଲେ |ଆଗାମୀ ଦିନରେ ଯାଞ୍ଚ କୁ ଆଞ୍ଚଳିକ ପରିବହନ ଅଫିସ, ପୋଲିସ ବିଭାଗ ମିଳିତ ଭାବରେ ଯାଞ୍ଚ କଡାକଡି କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |
Related Stories
January 3, 2025