ସମ୍ବଲପୁର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ଗତ ସୋମବାର ଆମ ଅଞ୍ଚଳର ଲୋକନୃତ୍ୟ ଓ ଲୋକଗୀତ ପୁସ୍ତକ ଉନ୍ମୋଚନ ହୋଇଯାଇଛି । ସମ୍ବଲପୁର ଗ୍ରୀନ ପାର୍କ ସ୍ଥିତ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଏବଂ ନଗର ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ, ଗଙ୍ଗାଧର ମେହେର ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ଏନ୍ ନାଗାରାଜୁ ଓ ଭାଗିରଥୀ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ପୁସ୍ତକକୁ ସୋନପୁରର ବିଶିଷ୍ଟ କଳାକାର ଶାଶ୍ବତ କୁମାର ତ୍ରୀପାଠୀ ରଚନା କରିଛନ୍ତି । ପଶ୍ଚିମ ଓଡିଶାରେ ରହିଥିବା ବିଭିନ୍ନ ଲୋକନୃତ୍ୟ ଏବଂ ଲୋକ ଗୀତକୁ ନେଇ ତଥ୍ୟଭିଭିକ ଉପସ୍ଥାପନା କରାଯାଇଛି । ଏହି ପୁସ୍ତକ ଛାତ୍ରୀଛାତ୍ର ଏବଂ ଗବେଷକ ମାନଙ୍କ ପାଇଁ ବେଶ ଉପାଦେୟ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ । ଏହି ଅବସରରେ ମାନସ ରଞ୍ଜନ ବକ୍ସି ଏବଂ ଅନ୍ୟାନ୍ୟ ଅତିଥି ପ୍ରମୁଖ ଉପସ୍ଥିତ ରହିଥିଲେ ।