ଭୁବନେଶ୍ୱର– ବିଜେଡ଼ି ସରକାର ଲଗାଇଥିବା ପ୍ରତିବନ୍ଧକକୁ ହଟାଇଲେ ବିଜେପି ସରକାର । ଲୋକସେବା ଭବନ ଭିତରକୁ ସାମ୍ବାଦିକ ପ୍ରବେଶ ପାଇଁ ଉଠିଲା କଟକଣା । ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ସ୍ଵୀକୃତି ପ୍ରାପ୍ତ ଏବଂ ଅଣ ସ୍ଵୀକୃତି ପ୍ରାପ୍ତ ସାମ୍ବାଦିକଙ୍କୁ ଅନୁମତି ଦିଆଯାଇଛି । ଟିଭି, ଖବରକାଗଜର ଜଣେ ଲେଖାଏଁ ସାମ୍ବାଦିକଙ୍କୁ ଅନୁମତି ମିଳିଛି। ଅନଲାଇନ ଫର୍ମରେ ଆବେଦନ କରିପାରିବେ ସାମ୍ବାଦିକ । ଉପଯୁକ୍ତ ପରିଚୟ ପତ୍ର ଦେଇ କରିପାରିବେ ଆବେଦନ । କୋଭିଡ ପରେ ପୂର୍ବ ବିଜେଡ଼ି ସରକାର ଲୋକସେବା ଭବନକୁ ସାମ୍ବାଦିକଙ୍କ ନିୟମିତ ପ୍ରବେଶ ଅନୁମତି ଦେଉନଥିଲେ ।
Related Stories
January 5, 2025