ଭୁବନେଶ୍ୱର– କଳିଙ୍ଗ ଷ୍ଟାଡିୟମ ଦୌଡ ଟ୍ରାକରେ ଗାଡ଼ି ଚଳାଇବା ଘଟଣାକୁ ନେଇ ବିଜେଡିକୁ କଡା କାଉଣ୍ଟର କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ । ସେ କହିଛନ୍ତି ଯେ, ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛି ବିଜେଡି । ପରିସ୍ଥିତି ପଦମର୍ଯ୍ୟାଦା, ଗମ୍ଭୀରତାକୁ ଲକ୍ଷ୍ୟ ରଖି ମୁଁ କହିଥିଲି । ମୁଁ କହିନି ଏହା ଠିକ । ଏ ଘଟଣା ଏକ ଅଭାବନୀୟ ପରିସ୍ଥିତିରେ ହେଲା । ବିଜେଡି ଦେଖାଇବାକୁ ଚାହୁଁଛି ଟ୍ରାକ୍ଟର ଯେମିତି ଗୁଳା କରିଦେଇଛି । ଇଞ୍ଚେ ବି କ୍ଷତି ହୋଇନି । ବିଜେଡି ପରିପକ୍ଵତା କଥା କହୁଛି । ନିର୍ବାଚନ ସମୟରେ ରାଜ୍ୟ ସାରା ଷ୍ଟାଡିୟମରେ ହେଲିକେପଟରରେ ଓଲ୍ହେଇବା ବିଜେଡିର ପରିପକ୍ଵତା ଥିଲା । କଳିଙ୍ଗ ଷ୍ଟାଡିୟମକୁ ମନ୍ତ୍ରୀଙ୍କୁ ଛଡା ଯାଉନଥିଲା । ଗୋଟିଏ ଲୋକ ଯାଇକି ବଗ ଭଳିଆ ଟୁଙ୍ଗୁ ଟୁଙ୍ଗୁ ହେଇ ଭିଡିଓ ଛାଡିବ, ଶ୍ରଦ୍ଧାର ସହ ମସାଜ ନେବ ପରିପକ୍ଵତା ଥିଲା । ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛି ବିଜେଡି । ଭୈରବନନ୍ଦ ସନ୍ନ୍ୟାସୀ ବାବୁଙ୍କ କଥାରେ ପଡି ବିଜେଡି ନେତା ଏମିତି କହିଛନ୍ତି । ସେ ଦଳକୁ ବୁଡେଇ ଦେଲା । ଏବେ ସେ ଲେଲିନ, ତୁଷାରକାନ୍ତି, ମନ୍ମଥଙ୍କୁ ବୁଡାଇବାକୁ ବସିଛି । ପ୍ରତିଷ୍ଠା ଦିବସରେ ଗଣ୍ଡଗୋଳକୁ ଡ଼ାଇଭର୍ଟ କରିବାକୁ, ରୁବେନ ବାନାର୍ଜୀଙ୍କ ପାଣ୍ଡୁ ଉପାଖ୍ୟାନ ଡ଼ାଇଭର୍ଟ କରିବାକୁ ଏକଥା କରୁଛନ୍ତି । ବ୍ୟକ୍ତିଗତ ଭର୍ସନ କରୁଛନ୍ତି । ନାଁ, ଜାତି, ଗୋତ୍ରକୁ ନେଇ ଟାର୍ଗେଟ କରୁଛନ୍ତି । ନବୀନ ନିବାସ ସନ୍ନ୍ୟାସୀଙ୍କ ବୁଦ୍ଧିରେ ମାତିଛନ୍ତି । ଦଳ ବୁଡିଗଲା ଏବେ ବ୍ୟକ୍ତି ବିଶେଷକୁ ବୁଡ଼େଇବାକୁ ବସିଛନ୍ତି ବୋଲି କହିଛନ୍ତି କ୍ରୀଡା ମନ୍ତ୍ରୀ ।
Related Stories
January 5, 2025