ଭୁବନେଶ୍ୱର– ପିଏମ ଉଷାଯୋଜନାରେ ଓଡିଶାକୁ ୬୭୦ କୋଟି । କେନ୍ଦ୍ର ଶିକ୍ଷା ମନ୍ତ୍ରଳାୟରେ ପିଏମ ଉଷା ତୃତୀୟ ପ୍ରୋଜେକ୍ଟ ଆପ୍ରୁଭାଲ ବୋର୍ଡ ବୈଠକରେ ଏହି ଆର୍ଥିକ ଅନୁମୋଦନ ପାରିତ ହୋଇଛି । ୪ଟି ବର୍ଗରେ ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟ ଭିତ୍ତିଭୂମି ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଏବଂ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟମାନଙ୍କରେ ଲିଙ୍ଗଗତ ସମାନତା ସୁନିଶ୍ଚିତ କରିବା ଦିଗରେ ୩୯ ଟି ପ୍ରସ୍ତାବ ନିମନ୍ତେ ୬୭୦ କୋଟି ଖର୍ଚ୍ଚ ହେବ । ରେଭେନ୍ସା ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ମୟୁରଭଞ୍ଜର ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ବବିଦ୍ୟାଳୟ ଏବଂ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଶିକ୍ଷା ଓ ଗବେଷଣାର ବିକାଶ ନିମନ୍ତେ ସର୍ବମୋଟ ୪୦୦ କୋଟି ଟଙ୍କା ପାଇବେ । ସେହିପରି ଭାବେ ଆକାଂକ୍ଷୀ ଜିଲ୍ଲା ମାନଙ୍କରେ ଥିବା ବିଶ୍ବବିଦ୍ୟାଳୟ ଯଥା- କୋରାପୁଟର ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟ ପାଇଁ ୨୦ କୋଟି ଟଙ୍କା, କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ୨୦ କୋଟି ଟଙ୍କା, ବଲାଙ୍ଗିରର ରାଜେନ୍ଦ୍ର ବିଶ୍ବ ବିଦ୍ୟାଳୟ ପାଇଁ ୨୦ କୋଟି ଟଙ୍କା ପ୍ରଦାନ କରାଯିବ। ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ, ସମ୍ୱଲପୁରର ବିକାଶ ନିମନ୍ତେ ୨୦ କୋଟି ଟଙ୍କା ପ୍ରଦାନ କରାଯିବ । ପିଏମ ଉଷାର କାର୍ଯ୍ୟକାରିତା ପାଇଁ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକ ନିଜ ନିଜ ଶିକ୍ଷାନୁଷ୍ଠାନର ବିକାଶ ନିମନ୍ତେ ଏକ ଡିପିଆରଉଚ୍ଚଶିକ୍ଷା ବିଭାଗକୁ ପ୍ରଦାନ କରିବେ.ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟର ସ୍ମାର୍ଟ କ୍ଲାସରୁମ୍, ଲବ୍ରୋଟୋରି, କମ୍ପୁଟର ଲବ୍ରୋଟୋରି, ଆକାଡେମିକ ବିଲଡିଂ, ଲାଇବ୍ରେରୀ, ଇ- ଲାଇବ୍ରେରୀ ଆଦିର ନିର୍ମାଣ କରାଯିବ । ସେହିପରି ବିଶ୍ବବିଦ୍ୟାଳୟ ମାନଙ୍କରେ ଉଚ୍ଚକୋଟୀର ର ଗବେଷଣା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମି ପ୍ରଦାନ କରାଯିବ ବୋଲି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ।
Related Stories
January 5, 2025