ବଲାଙ୍ଗିର– ଆଜି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ) ଶାସ୍ତ୍ରୀ ନଗର ପକ୍ଷରୁ ଇନ୍ଦିରା ନଗର ଠାରେ ସ୍ଥାନୀୟ ଯୁବ ସ୍ବେଛାସେବୀ ମାନଙ୍କ ସହାୟତା ରେ ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ କ୍ଲବ ପରିସରରେ ଆଜି ଏକ ଅଣ ସଂକ୍ରମଣ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଶିବିରରେ ସର୍ବମୋଟ ଏକଶହ ପଞ୍ଚାବନ (୧୫୫) ରୁ ଉର୍ଦ୍ଧ ବିଭିନ୍ନ ବର୍ଗ ର ରୋଗୀ ଯଥା ଉଚ୍ଚ ରକ୍ତ ଚାପ, ମଧୁମେହ,ଓରାଲ କେନସର, ଥାଇରଡ଼ ଜନିତ ରୋଗ ର ଚିକିତ୍ସା ଓ ପରାମର୍ଶ ଇତ୍ୟାଦି ର ସୁବିଧା ପାଇପାରିଥିଲେ l ରୋଗୀ ମାନ ନିଜକୁ ଚିକିତ୍ସା ତଥା ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ l ଏଭଳି ଉନ୍ନତ ମାନର ସ୍ୱାସ୍ଥ୍ୟ ଶିବିର କ୍ରମାଗତ କରିବା ପାଇଁ ସ୍ଥାନୀୟ ସ୍ବେଛାସେବୀ ମାନ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ବଲାଙ୍ଗିର ଜିଲ୍ଲା ମୁଖ୍ୟକୁ ଅନୁରୋଧ କରିଥିଲେ l
ଏହି ସ୍ୱାସ୍ଥ୍ୟ ଶିବିର ରେ ବଲାଙ୍ଗିର ଦାଇତ୍ୱ ରେ ଥିବା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା ଦିବ୍ୟକିଶୋର ପତି ଙ୍କ ପରାମର୍ଶ କ୍ରମେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅତିରିକ୍ତ ମ୍ୟାନେଜର (APM) ଶ୍ରୀ ରାମାନୁଜ ପଣ୍ଡା, ନେସନାଲ ପିସ ୟୁନିସନ ତଥା ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ନିଁର୍ଧେଶକ ଓ ଚେୟାରମ୍ୟାନ ଶ୍ରୀ ସତ୍ୟ ରଞ୍ଜନ ମିଶ୍ର ଓ ରବି ରଞ୍ଜନ ପୂଜାରୀ,ସମାଜ ସେଵୀ ସଞ୍ଜୟ ଶେଖର ଦେଓ (ସମାଜସେବୀ ) ସ୍ୱାସ୍ଥ୍ୟ କେନ୍ଦ୍ର ର ମେଡିକାଲ ଅଫିସର ଡ଼ା ସତ୍ୟ ନାରାୟଣ ସାହୁ,ଡ଼ା ଅଙ୍କିତ ପଣ୍ଡା, ଏହି ଶିବିର କୁ ଏକ ସଫଳ ଚିକିତ୍ସା ଶିବିର ବୋଲି ବର୍ଣନା କରିଥିବାବେଳେ, ସ୍ୱାସ୍ଥ୍ୟ ହିଁ ସମ୍ପଦ ଏହି ବିଷୟ ବସ୍ତୁ ଉପରେ ମତବ୍ୟକ୍ତ କରିଥିଲେ l
ଉପରୋକ୍ତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତରଫ ରୁ ପୌର ପାଳିକା ଉପ ଅଧ୍ୟକ୍ଷା ସୁଶ୍ରୀ ଗାୟିତ୍ରୀ ଭୋଇ ଯୋଗଦାନ ଓ ପରିଦର୍ଶନ କରିଥିଲେ ଏହି ସ୍ୱାସ୍ଥ୍ୟ ଶିବିର ରେ ଇପ୍ସିତା ମହାନ୍ତି (ଫିଜିଓଥରାପିଷ୍ଟ) ନମ୍ରତା ମିଶ୍ର (ନିଉଟ୍ରିସନାଲିଷ୍ଟ ) ଖୁସିରାମ ସୁନା , ରୋନି ବଗର୍ତି, ସୋନାଲି କୁମାର ,ମୋନିକା ନନ୍ଦ ବିପିନ ବିହାରୀ ସେଟ, ଅଞ୍ଜଳି ନାଗ, ନିକୁଞ୍ଜ ବିହାରି ପଟେଲ, ଦୀପାଞ୍ଜଳି ଖମାରି ଆଶା ଦିଦି, ମଣିଭଦ୍ର ବେହେରା,ଇତ୍ୟାଦି ସଭ୍ୟ ସଭ୍ୟା ଯୋଗଦାନ କରି ସ୍ୱାସ୍ଥ୍ୟ ଶିବିର କୁ ପରିଚାଳନା କରାଇଥିବା ବେଳେ ସାମାଜିକ ସଭ୍ୟଗଣ ଓ ଅନ୍ୟ ସ୍ଥାନୀୟ ଯୁବକ ସଂଘ ସଭ୍ୟ ସଭ୍ୟା ଗଣ ରାଧେଶ୍ୟାମ ବିଶି,ଶ୍ରୀ ଚମ୍ପେ ଦୋରା, ଦେବାଶିଷ ଲେଙ୍କା ଇତ୍ୟାଦି ଏହି ଶିବିର କୁ ସମ୍ପୂର୍ଣ ସହଯୋଗ କରିଥିଲେ l
Related Stories
January 5, 2025