
ଭୁବନେଶ୍ୱର – ଭୁବନେଶ୍ୱର ବିମାନବନ୍ଦର ଟର୍ମିନାଲ ଲିଙ୍କ୍ ବିଲ୍ଡିଂ ଭୁଶୁଡିବା ଘଟଣାରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ ଠିକାଦାର ସଂସ୍ଥା ମୁଖ୍ୟ ଦିଲ୍ଲୀପ ଖଟେଇଙ୍କର ବିଜେଡି ଲିଙ୍କ୍ ରହିଛି । ବିଜେଡିର କେଉଁ ନେତାଙ୍କ ସହ ତାଙ୍କର ସମ୍ପର୍କ ରହିଛି ,ତାର ଅନୁଧ୍ୟାନ କରାଯାଉ ଏବଂ ଉକ୍ତ ସଂସ୍ଥାକୁ କେଉଁଠି କେଉଁଠି କାମ ଦିଆଯାଇଛି ସେଗୁଡିକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି ।
ସେ କହିଛନ୍ତି ଯେ ଦଳ ଏଭଳି ଘଟଣ।।କୁ ନିନ୍ଦା କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ତୁରନ୍ତ ତାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ବିଜେପି ଦାବି କରୁଛି । ସମ୍ପୃକ୍ତ ଘଟଣାରେ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନଥିବା ବେଳେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ବିଜେପିର ନାଁ ନେଇ ରାଜନୀକି କରିବାକୁ ଦୃଢ ବିରୋଧ କରିଛନ୍ତି ଶ୍ରୀ ମହାପାତ୍ର । ଶ୍ରୀ ପାତ୍ରଙ୍କ ଏଭଳି ବୟାନ ଠିକାଦାର ସହ ବିଜେଡି ଲିଙ୍କ୍ କୁ ପଦାରେ ପକାଉଛି ବୋଲି ସେ କହିଛନ୍ତି ।