ଜୟପୁର– ପ୍ରତ୍ୟେକ ବର୍ଷ ପରି ଆଜି ପୌଷ ଶୁକ୍ଳ ପ୍ରତିପଦାରେ ୨୦୨୫ ଇଂରାଜୀ ନୂତନ ବର୍ଷର କ୍ୟାଲେଣ୍ଡର, ଜୟପୁରରେ ଶ୍ରୀ ଜଗନ୍ନାଥଙ୍କୁ ମନ୍ଦିରରେ ଅର୍ପଣ ପରେ ଉନ୍ମୋଚିତ ହୋଇଥିଲା। ଏହି ଅବସରରେ, ମା ଭଗବତୀ, ବଲ୍ଲଭ ନାରାୟଣ, ରଘୁନାଥଙ୍କୁ ସମର୍ପଣ କରି ସମାଜ ଓ ବିଶ୍ଵ କଲ୍ୟାଣ କାମନା କରାଯାଇ ଥିଲା।
ଏହି କାର୍ଯ୍ୟକ୍ରମରେ ସମାଜର ସର୍ବଶ୍ରୀ ନରସିଂହ ପ୍ରସାଦ ମିଶ୍ର, ଶରତ ଚନ୍ଦ୍ର ଖଡଗ ରୟ, ବିନୋଦ ମହାପାତ୍ର, ରମେଶ ତ୍ରିପାଠୀ, କିଶୋର ପଣ୍ଡା, ବିଜୟ ଭଟ୍ଟ, ଭବାନୀ ଆଚାର୍ଯ୍ୟ, ସାନ ଚୌଧୁରୀ, ମୁଦି ହୋତା, ନବକୃଷ୍ଣ ରଥ ପ୍ରମୁଖ ଉପ ସ୍ଥିତ ଥିଲେ।