ରାଂଚି– ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ବଡ ଭଉଣୀଙ୍କ ମଙ୍ଗଳବାର ପରଲୋକ ଘଟିଛି । ରଘୁବର ଦାସ ସୋସିଆଲ ମିଡ଼ିଆ ପୋଷ୍ଟରେ ଏନେଇ ସୂଚନା ଦେଇଛନ୍ତି । ରଘୁବର ଲେଖିଛନ୍ତି ଯେ, ମୋ ମା ସ୍ୱରୂପ ବଡ ଭଉଣୀଙ୍କ ଆଜି ପରଲୋକ ଘଟିଛି । ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ସେ ପୁଣ୍ୟ ଆତ୍ମାଙ୍କୁ ନିଜ ଧାମରେ ସ୍ଥାନ ଦିଅନ୍ତୁ । ଏଥିସହିତ ସେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏଥିସହ ରଘୁବର ସୋସିଆଲ ମିଡ଼ିଆରେ ଟ୍ୱିଟ୍ କରି ନିଜ ବଡ ଭଉଣୀଙ୍କ ଫଟୋ ଜାରି କରିଛନ୍ତି ।
Related Stories
January 3, 2025
January 3, 2025