ଜୟପୁର– ଜିଲ୍ଲା ଆବହାକ ତଥା ନବରଙ୍ଗପୁର ଓକିଲ ସଂଘର ପୂର୍ବତନ ସଭାପତି ବରିଷ୍ଠ ସମାଜସେବୀ ଅଶୋକ ମିଶ୍ରଙ୍କ ଗତକାଲି ପରଲୋକ ଘଟିଛି । ଅବିଭକ୍ତ କୋରାପୁଟ ଜିଲ୍ଲାରେ ବିଭିନ୍ନ ସମୟରେ ଅଣକଂଗ୍ରେସ ରାଜନୀତିରେ ସେ ଜଣେ ଆଗଧାଡିର ନେତା ଥିଲେ । ବିଗତ ବିଧାନସଭା ନିର୍ବାଚନରେ କୋରାପୁଟ ବିଧାନସଭା ନିର୍ବଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟିର ପ୍ରହାରୀ ଭାବରେ କାମ କରିଥିଲେ ତାଙ୍କରି ଉଦ୍ୟମରେ କୋରାପୁଟ ବିଧାନସଭା ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ବହୁ ଭୋଟରେ ନିର୍ବାଚିତ ହୋଇଥିଲେ । ଉତ୍କଳ ଭାରତ ଭ୍ରଷ୍ଟାୟର ବିରୋଧୀ ସଂଗଠନର ଜିଲ୍ଲା ଆବାହକ ଭାବରେ ବିଭିନ୍ନ ସମୟରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ସଂଗଠନର କାର୍ଯ୍ୟକ୍ରମ ପରିପ୍ପଳନା କରିବା ପାଇଁ ଜନ ଅଭିଯୋଗ ଶିବିର ଓ ପରବର୍ତ୍ତୀ କାର୍ଯ୍ୟକ୍ରମରେ ସେ ନିଜକୁ ନିୟୋଜିତ କରିଥିଲେ। ଗତ ୨୩ ତାରିଖ ଦିନ ଅଖିଳ ଭାରତ ଭ୍ରଷ୍ଟାଋର ବିରୋଧୀ ସଂଗଠନର ରାଜ୍ୟ ଆବାହକ ସୁବ୍ରତ କୁମାର ନନ୍ଦଙ୍କ କୋରାପୁଟ ଗ୍ରସ୍ତ ସମୟରେ ଜୟପୁର ଠାରେ ସାମ୍ବାଦିକମାନଙ୍କୁ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ ।
ତାଙ୍କର ଅକାଳ ବିୟୋଗରେ ଅତ୍କଳ ଭାରତ ଭ୍ରଷ୍ଟାଋର ବିରୋଧୀ ସଂଗଠନର ରାଜ୍ୟ କମିଟି ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ସଂଗଠନର ଆବାହାକ ବରିଷ୍ଠ ଆଇନଜୀବୀ ସୁବ୍ରତ କୁମାର ନନ୍ଦ, ରାଜ୍ୟ ସଂପାଦକ ଶ୍ୟାମ ସୁନ୍ଦର ପଣ୍ଡା, ନିବରଙ୍ଗପୁର ଜିଲ୍ଲା ସଭାପତି ଈଶ୍ଵର ରାଓ, ରାଜ୍ୟ ସଂଯୋଜକ ସୁବାସ ପଣ୍ଡା, ରାୟଗଡା ଜିଲ୍ଲାର ଗୁଡାରି ବ୍ଲକ ସଂଯୋଜନ ଗୌରୀ ଶଙ୍କର ମିଶ୍ର, ରାୟଗଡା ଜିଲ୍ଲା ସଂଯୋଜକ ବିଶିଷ୍ଟ ସାମ୍ବାଦିକ ରାଧାକୃଷ୍ଣ ପଟ୍ଟନାୟ ଟ୍ଟନାୟକ, ନବରଙ୍ଗୁପର ଜିଲ୍ଲା ସମ୍ପାଦକ ଆଦିବାସୀ ନେତା ଅର୍ଜୁନ ଭାତ୍ରା, କୋରାପୁରଟ ଜିଲ୍ଲା ସଂଯୋଜକ ଶରତ ପଟ୍ଟନାୟକ ପ୍ରମୁଖ ବିଭିନ୍ନ ଜିଲ୍ଲାର କର୍ମକର୍ତ୍ତାମାନେ ଗଭୀର ଶୋକ ପ୍ରକାଶ କରିବା ସଙ୍ଗେ ସଙ୍ଗେ ସଙ୍ଗେ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାରଙ୍କୁ ସଂଗଠନ ପକ୍ଷରୁ ସମଦେବନା ଜଣାଯାଇଛି । କୋରାପୁଟ ଜିଲ୍ଲା ବିଭିନ୍ନ ସମସ୍ୟା ସମାଧାନ କରିବା ଦିଗରେ ତାଙ୍କର ଅବଦାନ ନିଶ୍ଚିତ ରୂପେ ଆଗାମୀ ପିଢ଼ୀପାଇଁ ମନେ ରହିବ ବୋଲି ସଂଗଠନ ପକ୍ଷରୁ ପ୍ରକାଶ କରାଯାଇଛି ।