ଜୟପୁର- ଆଜି ମାଲକାନଗିରି ଠାରେ ଆୟୋଜିତ 53ତମ ନିଖିଳ ଓଡିଶା ଆଇନଜୀବି ପରିଷଦ ର ରାଜ୍ୟ ଉପସଭାପତି ଭାବରେ ସର୍ବସମ୍ମତି କ୍ରମେ ମନୋନୀତ ହେଲେ ନବରଙ୍ଗପୁର ଜିଲ୍ଲା ଓକିଲ ସଂଘର ସଭାପତି ନରସିଂହ ତ୍ରିପାଠୀ l ଦୁଇଦିନ ଧରି ମାଲକାନଗିରି ଠାରେ ଚାଲିଥିବା ରାଜ୍ୟ ଅଧିବେଶନର ଦ୍ଵିତୀୟ ଦିନରେ ନିଜର କର୍ତ୍ତବ୍ୟନିଷ୍ଠା ତଥା ବଳିଷ୍ଠ ନେତୃତ୍ୱ ର ପରାକାଷ୍ଠା ଯୋଗୁଁ ରାଜ୍ୟ ନେତୃବୃନ୍ଦ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କ ଉପରେ ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି l ଏଥିରେ ସଭାପତି ଭାବରେ ବରିଷ୍ଠ ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ ଙ୍କୁ ରାଜ୍ୟ ଆଇନଜୀବୀ ପରିଷଦ ର ସଭାପତି ଭାବରେ ସର୍ବସମ୍ମତି କ୍ରମେ ମନୋନୀତ କରାଯିବା ସହ ଅନ୍ୟ ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ମନୋନୀତ କରାଯାଇଛି l ଆଗାମୀ ଦିନରେ ଶ୍ରୀ ନରସିଂହ ତ୍ରିପାଠୀ ନିଜର ଦାୟିତ୍ୱକୁ ସୁଚାରୁ ରୂପେ ନିର୍ବହନ କରି ସଂଘର କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରିବେ ବୋଲି ମତବ୍ୟକ୍ତ କରିଛନ୍ତି l ଏହି ଖବର ଶୁଣିବା ପରେ ତାଙ୍କର ଶୁଭେଛୁ ତଥା ନବରଙ୍ଗପୁର ଜିଲ୍ଲାବାସୀ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି l
Related Stories
January 2, 2025
January 2, 2025