ଭୁବନେଶ୍ୱର – ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ନିର୍ମାଣଧୀନ ବିଲ୍ଡିଂ ଭୁଶୁଡିବା ଏକ ଦୁର୍ଭାଗ୍ୟଜନକ ଘଟଣା । ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଉ । ଆହତଙ୍କର ମାଗଣା ଚିକିତ୍ସା କରାଯାଉ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି । ସେ କହିଛନ୍ତି ଯେ ଏହା ଏକ ଦୁର୍ଘଟଣା । ଏଭଳି ଦୁର୍ଘଟଣାକୁ ନେଇ ରାଜନୀତି କରିବା ବିଜେପିର ଅଭ୍ୟାସ । ଏଭଳି ରାଜନୀତି କରିବା ଉପରେ ବିଜେଡି ବିଶ୍ୱାସ କରେ ନାହିଁ ।
ସମ୍ପୃକ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଆମେ ଦାବି କରୁଛୁ ବୋଲି ଶ୍ରୀ ପାତ୍ର କହିଛନ୍ତି ।