ୱାଶିଂଟନ– ଆମେରିକାର 39ତମ ରାଷ୍ଟ୍ରପତି ଜିମି କାର୍ଟରଙ୍କର ଶହେ ବର୍ଷ ବୟସରେ ରବିବାର ବିୟୋଗ ହୋଇଛି । ସେ ଆମେରିକାର ସବୁଠୁ ଦୀର୍ଘ ସମୟ ଯାଏ ଜୀବିତ ରହିଥିବା ରାଷ୍ଟ୍ରପତି ଅଟନ୍ତି । ଜିମି କାର୍ଟର ଗରିବ ଓ ବଂଚିତଙ୍କ ସେବା ଓ ସେମାନଙ୍କ ଅଧିକାରର ଓକିଲାତି କରିଥିବା ମାନବବାଦୀ ନେତା ଭାବେ ଜଣାଶୁଣା ।
ଜିମି କାର୍ଟରଙ୍କ ବିୟୋଗରେ ରାଷ୍ଟ୍ରପତି ଜୋ ବାଇଡେନ ଶୋକ ପ୍ରକାଶ କରି କହିଛନ୍ତି ଯେ, ଆଜି ଆମେରିକା ଓ ବିଶ୍ୱ ଜଣେ ଅସାଧାରଣ ରାଜନେତା ତଥା ମାନବତାବାଦୀ ହରାଇଛି ।
ଜିମି କାର୍ଟରଙ୍କ ଜନ୍ମ 1924 ଅକ୍ଟୋବର 1ରେ ହୋଇଥିଲା । ସେ 1977ରୁ 1981 ଯାଏ ମିଳିତ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ । ଶହେ ବର୍ଷ ବଂଚିଥାଏ ଜଣେ ମାତ୍ର ପୂର୍ବତନ ଆମେରିକା ରାଷ୍ଟ୍ରପତି ସିଏ ଅଟନ୍ତି ।