
ଭୁବନେଶ୍ବର, ଓଡ଼ିଶା ରାଜ୍ୟ ସ୍ବାଧୀନତା ସଂଗ୍ରାମୀର ସଭାପତି ଭାବରେ କେନ୍ଦ୍ରାପଡା ଜିଲ୍ଲାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲି ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ଦେହାନ୍ତ ପରେ ରାଜ୍ୟ ସଭାପତି ପଦ ଖାଲି ରହିଥÒଲା
ଅଖÒଳ ଭାରତୀୟ ସ୍ବାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ରାଷ୍ଟ୍ରୀୟ ଯୁବ ସାମ୍ମୁଖ୍ୟ ଅଧ୍ୟକ୍ଷ ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀ ମୁଦୁଲିଙ୍କୁ ସଭାପତି ଭାବରେ ନିର୍ବାଚିତ କରାଯାଇଛି ଶ୍ରୀ ମୁଦୁଲି ବର୍ତ୍ତମାନ କେନ୍ଦ୍ରାପଡା ଜିଲ୍ଲା ସ୍ବାଧୀନତା ସଂଗ୍ରାମୀ ସମିତିର ସଭାପତି ଭାବରେ କାର୍ଯ୍ୟ କରୁଛନ୍ତି ତାଙ୍କୁ ୯୯ ବର୍ଷ ବୟସ
ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସମିତିର ସଭାପତି ଭାବରେ ପୂର୍ବରୁ ବିଶ୍ବମ୍ବର ପରିଡା, ପ୍ରହ୍ଲାଦ ରାୟଲାଠ, ଶ୍ରୀଧର ଦାସ, ପୁରୁଷୋତ୍ତମ ନାୟକ, ଭବାନୀ ଚରଣ ପଟ୍ଟନାୟକ ଓ ନୀଳମଣି ସାମଲ କାର୍ଯ୍ୟ କରିଛନ୍ତି ବିଦାୟୀ ସଭାପତି ନୀଳମଣି ସାମଲଙ୍କର ଗତ ଜାନୁଆରୀ ମାସ ୨୭ ତାରିଖରେ ପରଲୋକ ଘଟିଥÒଲା ସେବେଠାରୁ ସଭାପତି ପଦବୀ ଖାଲି ପଡିଥÒଲା ସ୍ବର୍ଗତ ସାମଲ ଯାଜପୁର ଜିଲ୍ଲା ବଡଚଣା ନିର୍ବାଚନ ମଣ୍ଡଳୀର ଥÒଲେ
ଆସନ୍ତା ଜାନୁଆରୀ ୨ ତାରିଖରେ ସର୍ବଭାରତୀୟ ସ୍ବାଧୀନତା ସଂଗ୍ରାମୀ ଦିବସ ମହୋତ୍ସବ ଭୁବନେଶ୍ବରରେ ହେବାକୁ ଯାଉଛି ଏହାର ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଭାବରେ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ସର୍ବସମ୍ମତି କ୍ରମେ ଏହି ବୈଠକରେ ମନୋନୀତ କରାଯାଇଛି ଆସନ୍ତା ୨ ତାରିଖରେ ଦିବସ ବ୍ୟାପୀ ଏହି ମହୋତ୍ସବ ଭୁବନେଶ୍ବର ୟୁନିଟ-୯ ସ୍ଥତ ଶହୀଦ ସ୍ମାରକୀ ସ୍ବାଧୀନତା ସଂଗ୍ରାମୀ ସଦନଠାରେ ଅନୁଷ୍ଠିତ ହେବ ବିଭିନ୍ନ ରାଜ୍ୟରୁ ସ୍ବାଧୀନତା ସଂଗ୍ରାମୀ ଏବଂ ଉତ୍ତରଦାୟଦମାନେ ଏଥÒରେ ଯୋଗ ଦେବେ
