ଗଂଜାମ– ଅଦିନିଆ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାର ଚାଷୀ ମାନଙ୍କର ଫସଲ କ୍ଷୟ କ୍ଷତି ହୋଇଛି। ଯେଉଁ ଚାଷୀଗଣ ବୀମାଭୁକ୍ତ ଓ ପ୍ରିମିୟମ ରାଶି ପ୍ରଦାନ କରୁଛନ୍ତି, ଚାଷର କ୍ଷୟ କ୍ଷତି ବାବଦ ସହାୟତା ରାଶି ପାଇବା ନିମନ୍ତେ ପଞ୍ଜିକରଣ କରାଇ ନାହାଁନ୍ତି ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ ସେମାନେ ଟୋଲ ଫ୍ରି ଫୋନ ହେଲ୍ପଲାଇନ ନମ୍ୱର୧୪୪୪୭ ମାଧ୍ୟମରେ କିମ୍ୱା WhatsApp Chart boat number ୭୦୬୫୫୧୪୪୪୭ କିମ୍ୱା କୃଷି ରକ୍ଷକ ପୋର୍ଟାଲରେ ପଞ୍ଜିକରଣ କରାଇ ନିଅନ୍ତୁ। ଆସନ୍ତା ୨୦୨୫, ଜାନୁଆରୀ ୧ ତାରିଖ ପଞ୍ଜିକରଣ କରାଇବା ନିମନ୍ତେ ଶେଷ ତାରିଖ ଘୋଷଣା ହୋଇଛି । ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆହୁରି ୭୨ ଘଣ୍ଟା ବୃଦ୍ଧି କରିଛନ୍ତି। ଆସନ୍ତା ନବ ବର୍ଷ ପହିଲା ତାରିଖ ଦିନ ପଞ୍ଜିକରଣ କରାଇବାର ଶେଷ ତାରିଖ ରହିଛି । ସମୟ ଥିବାରୁ ଅନେକ ଚାଷୀ ହେଲ୍ପଲାଇନ ନମ୍ୱରରେ ପଞ୍ଜୀକରଣ ବେଳେ ଅଧିକ ଚାପ ପଡ଼ୁଥିବା ଏବଂ ଦୁର୍ଗମ ଅଞ୍ଚଳରେ ନେଟ ୱାର୍କ ସମସ୍ୟା ଦେଖା ଦେଇଥିବା ହେତୁ ଏହି ସମୟସୀମା ବୃଦ୍ଧି ହୋଇଛି। ଏଣୁ ଚାଷୀ ନିର୍ଦ୍ଧାରିତ ତାରିଖ ମଧ୍ୟରେ ପଞ୍ଜିକରଣ କରାଇବା ନିମନ୍ତେ ଜିଲ୍ଲାପାଳ, ଗଞ୍ଜାମ ଅନୁରୋଧ କରିଛନ୍ତି।
Related Stories
January 4, 2025