ଉଜ୍ଜୟିନୀ– ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟପ୍ରଦେଶକୁ ଦୁଇଦିବସୀୟ ଗସ୍ତର ଦ୍ୱିତୀୟ ଦିନ ସୋମବାରରେ ଉଜ୍ଜୟିନୀରେ ପଂହଚି ଭଗବାନ ମହାକାଳେଶ୍ୱର ମନ୍ଦିରରେ ବାବା ମହାକାଳଙ୍କ ପୂଜନ-ଦର୍ଶନ କରି ଜଳାଭିଷେକ କରିଛନ୍ତି । ଏହି ଅବସରରେ ସେ ବିଶ୍ୱ ଶାନ୍ତିର କାମନା ସହିତ ଦେଶବାସୀଙ୍କ ଖୁସି, ଉନ୍ନତି ପାଇଁ ମଙ୍ଗଳ କାମନା କରିଛନ୍ତି ।
ପ୍ରତିରକ୍ଷା ମନ୍ତ୍ରୀ ସିଂ ଓ ସ୍ଥଳସେନା ଅଧ୍ୟକ୍ଷ ଉପେନ୍ଦ୍ର ଦ୍ୱିବେଦୀ ରବିବାର ମଧ୍ୟପ୍ରଦେଶର ଦୁଇ ଦିବସୀୟ ଗସ୍ତରେ ଇନ୍ଦୋର ସ୍ଥିତ ମହୁ କୈଂଟ ପହଂଚିଥିଲେ । ସେଠାରେ ସେ ଭାରତୀୟ ସେନାର ତିନି ପ୍ରଶିକ୍ଷଣ କେନ୍ଦ୍ରର ନିରୀକ୍ଷଣ ପରେ ରାତ୍ରି ବିଶ୍ରାମ ମହୁରେ କରିଥିଲେ ।ଗସ୍ତର ଦ୍ୱିତୀୟ ଦିନରେ ସେ ଓ ସେନା ଅଧ୍ୟକ୍ଷ ଉଜ୍ଜୟିନୀରେ ପଂହଚିଥିଲେ । ଏଠାରେ ସେ ମହାକାଳେଶ୍ୱରଙ୍କ ଦର୍ଶନ ଓ ପୂଜନ କରିଥିଲେ ।