ବଲାଙ୍ଗିର– ଜଗଦଗୁରୁତ୍ତମ୍ ଶ୍ରୀ କୃପାଳୁ ଜୀ ମହାରାଜ ଙ୍କ ପୌତ୍ର ଶ୍ରୀ ନୀଳମଣି କୃପାଳୁ ଦାସ ଜୀଙ୍କ ଚତୁର୍ଥ ଦିନର ଦିବ୍ୟ ଆଧ୍ୟାତ୍ମିକ ପ୍ରବଚନ ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡ଼ିଆରେ ସନ୍ଧ୍ୟା 06.00 ରୁ 08.00 ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ତା ପୂର୍ବରୁ ରସମୟ ସଙ୍କୀର୍ତ୍ତନ ରେ ଅଞ୍ଚଳ ଭକ୍ତିମୟ ହୋଇଥିଲା। ଆଜିର ପ୍ରବଚନ ରେ ଗୁରୁତତ୍ତ୍ୱ ସିଦ୍ଧାନ୍ତ ର ମହତ୍ତ୍ଵ ବୁଝାଇ ପ୍ରକୃତ ଗୁରୁଙ୍କୁ କିପରି ଚିହ୍ନିବା ତାହା ବହୁତ ସରଳ ଉପାୟରେ ବୁଝାଇ ସମସ୍ତଙ୍କ ଦ୍ଵନ୍ଦ ଦୂର କରିଥିଲେ। ପ୍ରକୃତ ଗୁରୁ ସଂସାର ଦିଅନ୍ତି ନାହିଁ, ଚମତ୍କାର ଦେଖାନ୍ତି ନାହିଁ, ଅଭିଶ୍ୟାପ କିମ୍ବା ଆଶୀର୍ବାଦ ଦିଅନ୍ତି ନାହିଁ, ଦୀକ୍ଷା କେବଳ ସମର୍ଥ ସାଧକଙ୍କୁ ଯେ କୌଣସି ଉପାୟରେ ଦିଅନ୍ତି ଅନ୍ତଃକରଣ ଶୁଦ୍ଧି ପରେ ଏବଂ ସମସ୍ତଙ୍କୁ ନୁହେଁ । ଏହିଭଳି ଅନେକ ଗୁରୁ ରହସ୍ୟ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ଏହା ପରେ ବୈରାଗ୍ୟ ର ସ୍ୱରୂପ ବିଷୟରେ ବୁଝାଇବେ। କାର୍ଯ୍ୟକ୍ରମରେ ଅନେକ ଭକ୍ତ ସେମାନଙ୍କ ଦିବ୍ୟ ଅନୁଭୂତି ଜଣାଇ ବୃନ୍ଦାବନ ଧାମ ର ଭାବନା ଆସୁଛି ବୋଲି ମତ ରଖିଛନ୍ତି। ଆହୁରି ଅନେକ ଜଣ ଏହି କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବାକୁ ଅନୁରୋଧ କରିଛନ୍ତି। ଏହି କାର୍ଯ୍ୟକ୍ରମ ମଧ୍ୟରେ ବୃନ୍ଦାବନ ପରି ଫୁଲ ହୋଲି, ଶ୍ରୋତା ଗଣଙ୍କ ଆଧ୍ୟାତ୍ମିକ ପ୍ରଶ୍ନ ର ଉତ୍ତର, ଲୁଟନ ଇତ୍ୟାଦି ହେବ ବୋଲି ସୂଚନା ମିଳିଛି। ଆଗାମୀ ନୂଆବର୍ଷକୁ ଭକ୍ତିଦିବସ ରୂପେ ପାଳନ କରିବାକୁ ମଧ୍ୟ ମତ ରଖାଯାଇଛି। ଅନେକ ଜଣ ଭକ୍ତ ପ୍ରବଚନ ପରେ ଭକ୍ତିରେ ଆତ୍ମ ବିଭୋର ହୋଇ ଗଦଗଦ କଣ୍ଠରେ ଏହି ବ୍ୟବସ୍ଥାର ଉଚ୍ଚ ପ୍ରଶଂସା କରି ସେମାନଙ୍କ ମତାମତ ରଖିଥିଲେ।ଏହି ପ୍ରବଚନ ଶୁଣିବା ପାଇଁ ବଲାଙ୍ଗିର ସହର ଓ ପାଖାପାଖି ଅଞ୍ଚଳର ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା। ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମଧ୍ୟ ଆସି ପ୍ରବଚନ ଶୁଣିଥିଲେ।ପ୍ରବଚନ ପେଣ୍ଡାଲ ବାହାରେ ମଧ୍ୟ ପରଦା ମାଧ୍ୟମରେ ଅନେକ ଜଣ ପ୍ରବଚନ ର ଲାଭ ନେଇଥିଲେ। ପ୍ରବଚନ ଶେଷ ରେ ରାଧାକୃଷ୍ଣ ଙ୍କ ଆରତୀ କରିବା ପରେ ଭକ୍ତ ମାନଙ୍କୁ ମିଷ୍ଟାନ୍ନ ପ୍ରସାଦ ବଣ୍ଟନ କରା ଯାଇଥିଲା। ଶ୍ରୀ ନୀଳମଣି ଜୀଙ୍କ ସାନ୍ନିଧ୍ୟରେ କୋଶଳ କଳାମଣ୍ଡଳ ପ୍ରବଚନ ସ୍ଥଳ ରେ ସକାଳ ୧୦ଟା ରୁ ୧୨ଟା ପର୍ଯ୍ୟନ୍ତ ସତସଙ୍ଗ, ଭଜନ କୀର୍ତ୍ତନ ମାଧ୍ୟମରେ ଭକ୍ତି ସାଧନା ଶିକ୍ଷା କାର୍ଯ୍ୟକ୍ରମ ରହିଛି।
Related Stories
December 31, 2024