ଜୟପୁର – ପଦ୍ମଶ୍ରୀ କମଳା ପୁଜାରୀଙ୍କୁ ଆର୍ଥିକ ସହାୟତା ଦେଲା ଜୟପୁର ଡାକ ବିଭାଗ । ଜୟପୁର ବ୍ଲକ ଅନ୍ତର୍ଗତ ପାତ୍ରପୁଟ ଗ୍ରାମରେ ରହୁଥିବା କମଳା ପୁଜାରୀ ବହୁ ବର୍ଷ ଧରି ଆର୍ଥିକ ସମସ୍ୟାରେ ରହି ଆସୁଥିଲେ । ପୁର୍ବରୁ ରାଜ୍ୟ ସରକାର କମଳାଙ୍କୁ ମାସିକ ୧୦ ହଜାର ଟଙ୍କା ସହାୟତା ଦେଇଥିଲେ । ଶୁକ୍ରବାର କୋରାପୁଟ ଡାକ ବିଭାଗର ମଣ୍ଡଳରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀମାନେ ମିଶି ୨୦ ହଜାର ଟଙ୍କା ଆର୍ଥିକ ରାଶି କମଳାଙ୍କୁ ପ୍ରଦାନ କରିଥିଲେ । ଡାକ ବିଭାଗର ମୁଖ୍ୟ ମନୋଜ ପାଗଡା କମଳାଙ୍କୁ ଚେକ ପ୍ରଦାନ କରିଥିଲେ । କମଳା କୋରାପୁଟ ଜିଲାର ଗର୍ବ ଏବଂ ଗୌରବ । ତାଙ୍କ ଆର୍ଥକ ସ୍ଥିତି କୁ ସଦୃଢ କରିବା ପାଇଁ ସୁଯୋଗ ମିଳିଥିବାରୁ ବେଶ ବେଶ ବବିତ ହୋଲି କହିଛନ୍ତି । କମଳା ପୁଜାରୀ ମଧ୍ୟ ଆର୍ଥକ ଟଙ୍କା ପାଇ ଖୁସି ଥିବା ପ୍ରକାଶ କରିଛନ୍ତି ।
Related Stories
November 23, 2024