ଭୁବନେଶ୍ୱର : ରାଜଧାନୀରେ ଆରମ୍ଭ ହେଲା ସବୁଜ ଉତ୍କଳ ଅଭିଯାନ । ପ୍ରତି ମାସରେ ଚାରା ରୋପଣ ସହ ଏହାର ଯତ୍ନ ନିଆଯିବ । ଆଜି ସବୁଜ ଉତ୍କଳ ସଂଗଠନ ପକ୍ଷରୁ ଭୀମଟାଙ୍ଗିଠାରେ ଏହି ଅଭିଯାନ ଆରମ୍ଭ ହୋଇଛି । ମୁଖ୍ୟ ରାସ୍ତା କଡ଼ରେ ଚାରା ରୋପଣ କରାଯିବା ସହ ପରିବେଶ ସଚେତନତା କରାଯାଇଥିଲା । ଗଛ ବଞ୍ଚିଲେ ଜଳସ୍ତର ବୃଦ୍ଧି ପାଇବ ବୋଲି ଅତିଥିମାନେ ମତପୋଷଣ କରିଥିଲେ । ସଂଗଠନର ଉପଦେଷ୍ଟା ସମାଜସେବୀ ମାନସ ରଞ୍ଜନ ପଟ୍ଟନାୟକ ଓ ଲିଙ୍ଗରାଜ ସାହୁ ଏଥିରେ ସାମିଲ୍ ହୋଇ ବୃକ୍ଷ ରୋପଣ କରିଥିଲେ । ଏହି ଅବସରରେ ସଂଗଠନର ବିଭିନ୍ନ ପ୍ରାନ୍ତରୁ ୫୦ରୁ ଉର୍ଧ୍ବ ସଭ୍ୟ ସାମିଲ ହୋଇଥିଲେ ।

Related Stories
November 22, 2024