ଭୁବନେଶ୍ୱର, କିଛି ଜରୁରୀ ଓ ଅସ୍ବାଭାବିକ ପରିସ୍ଥିତି ପାଇଁ ଟ୍ରାକରେ ଗାଡ଼ି ଛିଡ଼ା ହେଇଥିଲା । କଳିଙ୍ଗ ଷ୍ଟାଡିୟମର ରନିଂ ଟ୍ରାକରେ ସରକାରୀ ଗାଡ଼ି ବୁଲେଇବା ଘଟଣା ଉପରେ ପ୍ରତିକ୍ରିୟା ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏହା କହିଛନ୍ତି ।
ସେ କହିଛନ୍ତି ଯେ, ପୁର୍ବତନ କ୍ରୀଡ଼ା ମନ୍ତ୍ରୀ ତାଙ୍କର ଦାୟିତ୍ବ ଅପସରଣ ପରେ ଟିକେ ଅଧିକ୍ ସକ୍ରିୟ ହେଇଥିବା ଜଣା ପଡୁଛି ସେଥିପାଇଁ ତାଙ୍କୁ ଧନ୍ୟବାଦ। କିଛି ଜରୁରୀ ପରିସ୍ଥିତି ଓ ଅସ୍ବାଭାବିକ ପରିସ୍ଥିତି ଥିଲା ସେଥି ପାଇଁ ଟ୍ରାକରେ ଗାଡ଼ି ଛିଡ଼ା ହେଇଥିଲା। ଖେଳାଳୀ ଓ କର୍ମଚାରୀଙ୍କ ଗୋପନୀୟତା ଦୃଷ୍ଟିରୁ ଏହାକୁ କୁହାଯିବ ନାହିଁ। ପୂର୍ବରୁ ଅନେକ ଶୀର୍ଷ ନେତୃତ୍ବ କଳିଙ୍ଗ ଷ୍ଟାଡିୟମ୍ ଆସିଛନ୍ତି ତେଣୁ କିଛି ଜରୁରୀ ପରିସ୍ଥିତି ପାଇଁ ଏହା ଘଟିଛି।
Related Stories
December 31, 2024