ଭୁବନେଶ୍ୱର, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ରବିବାର ଦିନ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ଜୟକୃଷ୍ଣପୁର ଗ୍ରାମଠାରେ ପହଞ୍ଚି ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ।
ଏହି ଅବସରରେ ଚାଷୀ ମାନଙ୍କୁ ଭେଟିଛନ୍ତି । ସେ କହିଛନ୍ତି ଯେ, ଷୀଙ୍କ ଆଖିରେ ଲୁହ ମୋତେ ବିଚଳିତ କରିଛି । ଆସନ୍ତା 30 ତାରିଖ ସୁଦ୍ଧା ଫସଲ କ୍ଷୟକ୍ଷତିର ରିପୋର୍ଟ ପ୍ରଦାନ ସହ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଡିବିଟି ଜରିଆରେ ଉଭୟ ବୀମା କରିଥିବା ଏବଂ ବୀମା କରିନଥିବା ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ। କେହି ଜଣେ ବି ଚାଷୀ ଯେପରି କ୍ଷତିପୂରଣରୁ ବଞ୍ଚିତ ନ ରୁହନ୍ତି ସେଥିପ୍ରତି ଧ୍ୟାନ ଦିଆଯିବ।
ସେ କହିଛନ୍ତି ଯେ, ଚାଷୀଙ୍କ ସହିତ ଚଟାଣ ପରି ଠିଆ ହୋଇଛନ୍ତି ରାଜ୍ୟ ସରକାର । ଫସଲ କ୍ଷୟକ୍ଷତି ନେଇ ଚାଷୀମାନେ ଧର୍ଯ୍ୟ ଧରନ୍ତୁ । ଫସଲ କ୍ଷୟକ୍ଷତିର ରିପୋର୍ଟ ପ୍ରଦାନ ସହ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଡିବିଟି ଜରିଆରେ ଉଭୟ ବୀମା କରିଥିବା ଏବଂ ବୀମା କରିନଥିବା ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ସେ କହିଛନ୍ତି ।
Related Stories
December 31, 2024