ଭୁବନେଶ୍ୱର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅଞ୍ଚଳର ‘ପରିବା ବିପ୍ଳବ’ ଉପରେ ଉଲ୍ଲେଖ କରିଥିବାରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ।
ସେ କହିଛନ୍ତି ଯେ ଏକ ଛୋଟ କାର୍ଯ୍ୟରୁ ହିଁ ବଡ ପରିବର୍ତ୍ତନ ସମ୍ଭବ । “ଯେଉଁ ଗୋଲାମୁଣ୍ଡାର ଚାଷୀ ଦିନେ ବାହାର ରାଜ୍ୟକୁ ପଳାୟନ ପାଇଁ ବାଧ୍ୟ ହେଉଥିଲେ । ଏବେ ସେହି ବ୍ଲକ ପରିବା ଚାଷର ହବରେ ପରିଣତ ହୋଇଛି” । ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ତ୍ତା କଳାହାଣ୍ଡିର ଚାଷୀଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏକ ବଡ଼ ସମ୍ମାନ ଓ ବିଶେଷ ପରିଚୟ ଦେଇଛି ।
ସେ କହିଛନ୍ତି ଯେ, କଳାହାଣ୍ଡିର ଚାଷୀଙ୍କ ସଂକଳ୍ପ, ଶକ୍ତି ଓ ସାମୂହିକ ଉଦ୍ୟମ ଯୋଗୁଁ କୃଷି ଉତ୍ପାଦନ ସଂଗଠନ ବା ଏଫପିଓ ସହଯୋଗରେ ୨୦୦ରୁ ଅଧିକ କୃଷକ ପରିବାର ସଦସ୍ୟଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିପାରିଛି । ରେ ଓଡ଼ିଶାର ଚାଷୀଙ୍କ ଏହି ସଫଳତା ସମଗ୍ର ଦେଶର ଚାଷୀଙ୍କୁ ପ୍ରେରଣା ଯୋଗାଇଛି ।