ରାଉରକେଲା– ରାଉରକେଲା ସହରରେ ଏବେ ଚାଲିଛି ହକି ର ପର୍ବ, ସର୍ବ ଭାରତୀୟ ହକୀ ଲାଗି ବିଭିନ୍ନ ସ୍ଥାନରୁ ଖେଳାଳୀ ମାନେ ଆସି ସେମାନଙ୍କର ଖେଳ ଆରମ୍ଭ କରିଛନ୍ତି, ହେଲେ ଏତିକି ବେଳେ ହକି ପଡିଆ ପାଖରେ ଥିବା ବିଦେଶୀ ମଦ ଦୋକାନରେ ସକାଳୁ ରାତିଯାଏ ଯେଉଁ ମଦର ଆସର ଚାଲିଛି ତାହା ରାସ୍ତାକୁ ଆସିଥିବା ବେଳେ ନକଲି ବେଆଇନ ମଦ ଏବେ ଏଠାରେ ଭରପୁର ହୋଇ ବିକା ଚାଲିଥିବାର ଅଭିଯୋଗ ହୋଇଛି। ଆଜି ଦିନ ପ୍ରାୟ ୧ଟା ବେଳେ ଏଭଳି ଏକ ଘଟଣାକୁ ପୁଲିସ ପେଟ୍ରୋଲିଂ ବିଭାଗ ଧରିଥିବା ବେଳେ ଏକ ସ୍କୁଟରରେ ପ୍ରାୟ ୩ ପେଟି ବିଦେଶୀ ମଦ ଧରି ଯାଉଥିବା ୨ ଜଣ ଯୁବକଙ୍କୁ ରାଉରକେଲା ଛେଣ୍ଡ ପୁଲିସର କର୍ମଚାରୀ ମାନେ ଧରି ପଚରା ଉଚରା କରିଥିଲେ । ସବୁଦିନ ଏହି ଛେଣ୍ଡ କଲୋନୀ ବିଦେଶୀ ମଦ ଦୋକାନଟି ସେ ଅଁଚଳ ବାସିନ୍ଦାଙ୍କ ଲାଗି ମୁଣ୍ଡ ବିନ୍ଧାର କାରଣ ହୋଇଥିବା ବେଳେ ସାଧାରଣ ଲୋକେ ମଦୁଆଙ୍କ ଲାଗି ସେ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ।ମଦୁଆ ମାନେ ମଦ ଦୋକାନରୁ ମଦ କିଣିବା ପରେ ସମ୍ମୁଖରେ ଥିବା ରେଳ ଲାଇନ ପାଖରେ ପାଚେରୀ ଉହାଡରେ ବସି ମଦ ପିୟୁଥିବା ବେଳେ ରାତିରେ ରେଳ ଧାରଣା ମଧ୍ୟ ଏମାନଙ୍କ ଲାଗି ବସିବା ସ୍ଥାନ ହୋଇଯାଉଛି, ନିକଟ ଅତିତରେ ଜଣେ ବ୍ୟକ୍ତି ଏଭଳି ଅବସ୍ଥାରେ ରେଳ ଧାରଣରେ ମୃତ୍ୟୁ ବରଣ ମଧ୍ୟ କରିଥିଲେ ।ମଦ ଦୋକାନ ପଛପଟେ ଥିବା କିଛି ଦୋକାନ ରାତିରେ ବନ୍ଦ ହେବା ପରେ ସେ ଦୋକାନ ସମ୍ମୁଖ ଯାଗା ମଦୁଆଙ୍କ ଲାଗି ହେଉଛି ମଦ୍ୟପାନ ଲାଗି ନାରାପଦ ଯାଗା । ସେହି ଆଖପାଖ ଓ ସମ୍ମୁଖରେ ଥିବା ଲୋକେ ପ୍ରଶାସନକୁ ଏନେଇ ବାରମ୍ବାର କହିବା ପରେ ବି ମଦ ଦୋକାନ ସେଠାରୁ ନ ଉଠିବାରୁ ସେମାନେ ସକାଳ ସନ୍ଧ୍ୟା କବାଟ ବନ୍ଦ କରି ଭିତରେ ରହୁଛନ୍ତି । ଦୋକନକୁ ଚଳାଉଥିବା ଲୋକ ଜଣେ ପୁରୁଣା ବିଜେଡି ନେତା ତେଣୁ ସବୁ କିଛି ତାଙ୍କ ଲାଗି ମାଫ । ମଦୁଆ ଦଳ ସହରର ବିଭିନ୍ନ ଯାଗାରୁ ଆସି ଏଠାରେ ଭରପୁର ମଜା ଉଠାଉଥିବା ବେଳେ ରେଳ ଧାରଣା ପାଖରେ ଚାଖଣା ଦୋକାନ, ମଦଦୋକାନକୁ ଲାଗି ଅନେକ ଚାଖଣା ଦୋକାନ ମାନ ଗଢି ଉଠିଛି । ପାଣି, ପ୍ଲାଷ୍ଟିକ ଗ୍ଲାସ, ସୋଡା, ଚାଖଣା ମିଳିଜିବା ସହ ପୁଲିସକୁ ମଧ୍ୟ ଏଠି ଭୟ ନାହିଁ, ତେଣୁ ଆରଏସପିରୁ କର୍ମଚାରୀ ଡ୍ୟୁଟି ଅଧାରୁ ହେଉ କିମ୍ବା ଅନ୍ୟ ବେଳେ ସିଧା ଏଠାକୁ ଚାଲିଆସୁଛନ୍ତି । ବାକି ରହିଲା ବ୍ୟାଙ୍କ ବାଲାଙ୍କ ଠାରୁ ଆରମ୍ଭ କରି ବିଭନ୍ନ ପେଶାର ଲୋକେ ଏଠି ଆରାମରେ ରାସ୍ତା ଉପରେ ବସି ମଦ ପିଇବା ସହ ନିଶା ଧରିଲେ ଗାଳି ଗୁଲଜ ସହ ବାଡା ପିଟା ମଧ୍ୟ ହେଉଛନ୍ତି । ଏସବୁକୁ ଦେଖିବାକୁ ଥିବା ପୁଲିସଙ୍କ ମଧ୍ୟରୁ କିଛି ଗତ କିଛିଦିନ ତଳେ ସେହି ଦୋକାନରୁ ମଦ କିଣି ସେଠାରେ ପିଇ ରାସ୍ତାରେ ଦାଦାଗିରୀ କରିବା ଘଟଣାକୁ କିଛି ଲୋକେ ଭିଡିଓ କରିଥିଲେ। ସେ ଭିଡିଓକୁ କାହାକୁ ନଦେବାକୁ ଜଣେ ଡିଏସପି ବାବୁ ସେମାନଙ୍କୁ ଅନୁରୋଧ କରିବାରୁ ତାକୁ ଉଡାଇ ନିରବ ରଖାଗଲା । ତେଣୁ ଦୋକାନୀ ବାବୁ କାହାକୁ ଖାତିର ନକରି ତାଙ୍କ ମନମାନି ଚଳାଇବା ସହ ମଦୁଆ ମାନେ ଏଭଳି ଭିଡ ଜମାଉଛନ୍ତି ଯେ, ସେ ରାସ୍ତା ଦେଇ ମହିଳା ମାନେ ଯିବାକୁ ଭୟ କରୁଛନ୍ତି । ହକି ଲାଗି ପରିବା ହାଟକୁ କୁଆଡେ ବନ୍ଦ କରାଯାଇଥିବା ବେଳେ ଏ ସୋମ ରସ ଦୋକାନୀକୁ ମାଫ କରାଯାଇଛି, ତେଣୁ ସେ ତାର ମନମାନି ଚଳାଇଛି । ଆଜି ପୁଲିସ ପେଟ୍ରୋଲିଂ ଗାଡି ଧରିଥିବା ଦୁଇ ଯୁବକ ଓ ମଦ ପେଟି ମାମଲାରେ ଜଣାପଡିଛି ଯେ ସେ ଦୋକାନୀର ଏଠାରେ କୌଣସି ଆଇନ ଅନୁଶାରେ ଗୋଦାମ ନାହିଁ, ରାଉରକେଲାରେ ଥିବା ୧୨ଟି ଗୋଦାମ ଭିତରେ ସେ ଦୋକାନୀ ମାଲିକଙ୍କର ନାମ ନାହିଁ, ତେଣୁ ଦୋକାନ ପଛପଟେ କାହା ଘରେ ସେ ମଦ ରଖି ଏଭଳି ନକଲି, ଟିକସ ଫାଙ୍କି ମଦ ବିକୁଛି ତାର ଯାଂଚ ହେବା ଆବଶ୍ୟକ । ଏନେଇ ରାଉରକେଲା ଅବକାରୀ ମୁଖ୍ୟଙ୍କୁ ଯୋଗାଯୋଗ କଲା ପରେ ସେ କହିଛନ୍ତି ଏନେଇ ତଦନ୍ତ କରିବେ । ରାଜ୍ୟ ମୁଖ୍ୟମନ୍ତ୍ରୀ ଏ ଦିଗରେ ଦୃଷ୍ଟି ଦେବା ସହ ଏ ମଦ ଦୋକାନକୁ ସେଠାରୁ ଉଠାଇ ଅନ୍ୟ ସ୍ଥାନକୁ ନେବା ଲାଗି ନିର୍ଦ୍ଦେଶ ଦେବାକୁ ଦାବି ହେଉଛି । କାରଣ ଲୋକେ ବାରମ୍ବାର ଏନେଇ ଅଭିଯୋଗ କଲାପରେ ମଧ୍ୟ ଏହି ଦୋକାନୀ ସେଠିକାର ବସ୍ତି ବାଲାଙ୍କର ଦସ୍ତଖତ ନେଇ ନିଜର ରିନୁଆଲ କରିଦେଉଛି, ପରେ ରାଉରକେଲାର ଜଣେ ପୁରୁଣା ମଦ ଦୋକାନୀକୁ ଏହି ଦୋକାନ ଚଳାଇବାକୁ ଦେଇ ଚୁପ ହୋଇ ବସୁଛି । ତେଣୁ ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି ।
Related Stories
December 31, 2024