ବଲାଙ୍ଗିର– ଡିସେମ୍ବର ୨୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ବାଲାଙ୍ଗୀରରେ ଆର୍ଟ ଅଫ ଲିଭିଙ୍ଗ ତରଫରୁ ୪ ଦିନିଆ ହାପିନେସ କାର୍ଯ୍ୟକ୍ରମ ତଥା ସୁଦର୍ଶନ କ୍ରିୟା ପ୍ରଶିକ୍ଷଣ ଶିବିର ହୋଇଯାଇଛି | ଏହି ଶିବିରରେ ୧୮ ବର୍ଷରୁ ଅଧିକ ପୁରୁଷ ଓ ମହିଳା ଯୋଗଦେଇ ଚାପମୁକ୍ତ ତଥା ନିରୋଗୀ ଜୀବନ ବିତାଇବା ପାଇଁ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ପ୍ରଦତ୍ତ ଜ୍ଞାନ, ସୁଦର୍ଶନ କ୍ରିୟା ଓ ଯୋଗ ଶିକ୍ଷା କରିଥିଲେ | ଏହି ଶିବିରକୁ ଆର୍ଟ ଅଫ ଲିଭିଙ୍ଗର ବରିଷ୍ଠ ପ୍ରଶିକ୍ଷକ ଡ. ପ୍ରିତିଶ ମିଶ୍ର ଓ ହରପ୍ରିୟା ମିଶ୍ର ପରିଚାଳନା କରିଥିଲେ | ଏହି ଶିବିରରେ ବଲାଙ୍ଗୀର ଆର୍ଟ ଅଫ ଲିଭିଙ୍ଗର ପ୍ରଶିକ୍ଷକ ପ୍ରଭାସିନୀ ସାହୁ, ଅନୁପମା ଦାଶ, ବରିଷ୍ଠ ସଦସ୍ୟ ବେଲାର ସିଂଭୋଇ, ବିନୋଦ ଗହୀର, ଦୁର୍ଗା ପାଣିଗ୍ରାହୀ, ନୂତନ ନାୟକ, ଡମ୍ବରୁଧର ଥାନାପତି, ରେଖା ଅଗ୍ରୱାଲ, ଧର୍ମେନ୍ଦ୍ର ନନ୍ଦ ପ୍ରମୁଖ ସହଯୋଗ କରିଥିଲେ |
ଆସନ୍ତା ଫେବୃଆରୀ ୨୦ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଏହି ହାପିନେସ କାର୍ଯ୍ୟକ୍ରମ ପୁଣିଥରେ ବାଲାଙ୍ଗୀରରେ ଆୟୋଜିତ ହେବ ବୋଲି ବରିଷ୍ଠ ସଭ୍ୟ ବେଲାର ସିଂଭୋଇ ସୂଚନା ଦେଇଛନ୍ତି |
Related Stories
December 31, 2024