କୋରାଇ- କୋର୍ଟର ସ୍ଥଗିତାଦେଶ ଥିବା ସତ୍ୱେ ଓ ଜିଲ୍ଲାପାଳଙ୍କ ଆଦେଶକୁ ଅବମାନନା ଓ ଆଇନ ଉଲଙ୍ଘନ କରି ଓଡିଶା ଗ୍ରାମ୍ୟ ବ୍ୟାଙ୍କ ରୁଢିଆ ଶଖା ପରିଚାଳକ ଓ ଚଣ୍ଡିଖୋଲ ଆଂଚଳିକ ପରିଚାଳକ ମାଜିଷ୍ଟେଟଙ୍କ ଉପସ୍ଥିତିରେ ବିବାଦୀୟ ସମ୍ପତି ଉପରେ ଦଖଲ କରିବା ନେଇ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ସୁଭଦ୍ରା ।
ସୂଚନା ମୁତାବକ, ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ମୂଳାପାଳ ପଂଚାୟତ କ୍ôଷରୋ ଗ୍ରାମର ସୁଭଦ୍ରା ମହାରଣା କୋରାଇ ଥାନା ଅନ୍ତର୍ଗତ ମକୁନ୍ଦପୁର ଗ୍ରାମରେ ବିବାହ କରିଥିଲେ । ବାପା ମା ଓ ତିନି ଭାଇଙ୍କୁ ନେଇ ତାଙ୍କ ସଂସାର । ମାତ୍ର ତାଙ୍କ ବାପା ବଂଶୀଧର ମହାରଣାଙ୍କ ମୃତ୍ୟୁ ପରେ ପରିବାର ପକ୍ଷରୁ ତାଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରାଗଲା । ଯାହା ଫଳରେ ସୁଭଦ୍ରା ଯାଜପୁର ରୋଡ ସିଭିଲ ଜଜ୍ ସିନୟର ଡିଭିଜନଙ୍କ ନିକଟରେ ତାଙ୍କର ସ୍ଥାବର ସମ୍ପତିକୁ ନେଇ ଏକ ମାମଲା ୨୦୧୮ ମସିହାରେ କରିଥିଲେ । ଯେଉଁଥିରେ ମା ଓ ତାଙ୍କ ତିନି ଭାଇଙ୍କୁ ପକ୍ଷ କରିଥିଲେ । ଏହି ମାମଲାରେ କୋର୍ଟର୍ ସମ୍ପତି ବଂଟନ ନହେବା ପର୍ଯ୍ୟନ୍ତ ସମସ୍ତ ସମ୍ପତିର ସ୍ଥିତାବସ୍ଥା ବଜାୟ ରଖିବାକୁ ନର୍ଦ୍ଦେଶ ଦେଇଥିଲେ । କରଦା ମୌଜାର ଖାତା ନମ୍ବର ୧୫୫ ପ୍ଲଟ ନମ୍ବର ୧୦୫୦ ଓ ୧୦୫୩ ରେ ରକାବା ୪୧ ଡିସିମିଲ ସମ୍ପତି ମଧ୍ୟ ମାମଲା ଭୁକ୍ତ ରହିଛି । ଉକ୍ତ ଜମିରେ ତାଙ୍କ ଭାଇ ଅକ୍ଷୟ ମହାରଣା ରୁଢିଆ ବ୍ୟାଙ୍କରୁ ଋଣ କରି ବିଶ୍ୱକର୍ମା ପାୱାର ପ୍ଲାଂଟ ନାମରେ ଏକ ସଂସ୍ଥା କରିଥିଲେ । ହେଲେ ଉକ୍ତ ଜମିକୁ ବ୍ୟାଙ୍କ ଦଖଲକୁ ନେବାକୁ ଚାହିଁବାରୁ ଗତ ୨୦୧୯ ଫେବୃଆରୀ ୭ ତାରିଖ ଜମି ଉପରେ ମାମଲା ଥିବା ଦର୍ଶାଇ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ୨/୧୯ ମିସ୍ କେଶ ଦାଖଲ କରାଯାଇଥିଲା । ଯେଉଁଥିରେ ବ୍ୟାଙ୍କକୁ ପକ୍ଷଭୁକ୍ତ କରାଯାଇଥିଲା । ଜିଲ୍ଲାପାଳ ମଧ୍ୟ ସ୍ଥିତାବସ୍ଥା ବଜାୟ ରଖିବାକୁ ଆଦେଶ କରିବା ସହ ବ୍ୟାଙ୍କ ଓ ଯାଜପୁର ଏସପିଙ୍କୁ ଆଦେଶ କରିଥିଲେ । କିନ୍ତୁ, ଗତ ୧୭ ତାରିଖ ବ୍ୟାଙ୍କ ପକ୍ଷରୁ ସମସ୍ତ ଆଇନକୁ ଉଲଙ୍ଘନ କରି ଏମିତିକି କୋର୍ଟ ଆଦେଶ ପୁନଃ ଦର୍ଶାଯାଇଥିଲେ ମଧ୍ୟ ରୁଢିଆ ବ୍ୟାଙ୍କ ମ୍ୟାନେଜର ଓ ଆଂଚଳିକ ମ୍ୟାନେଜର ଚଣ୍ଡିଖୋଲ ମାଜିଷ୍ଟେଟଙ୍କ ପସ୍ଥିତିରେ ଉକ୍ତ ଜମିକୁ ଦଖଲକୁ ନେଇଛନ୍ତି । କେଉଁ ଆଇନ ବଳରେ ମ୍ୟାନେଜର ଏହାକୁ ଦଖଲକୁ ନେଲେ ତାହା ଏବେ ମୁଖ୍ୟ ପ୍ରଶ୍ନବାଚୀ ହୋଇଛି । ଏନେଇ ସୁଭଦ୍ରା ଆଜି ପାଣିକୋଇଲି ସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏସପି ଚରଣ ସିଂହ ମୀନାଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି ।