ମାଲକାନଗିରି– ମାଲକାନଗିରି ପୁଲିସ ଏବଂ ଡିଭିଏଫ ଯବାନ ତଲାସି ଅଭିଯାନ ବେଳେ ଶନିବାର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଗୁଣ୍ଠାବେଡା ଜଙ୍ଗଲରୁ ୮ଲକ୍ଷ ପୁରସ୍କାର ରାଶି ଥିବା ୩ ହାର୍ଡକୋର ମହିଳା ମାଓବାଦୀ ଗିରଫ ହୋଇଛନ୍ତି। ପୁଲିସ ୩ ଜଣଙ୍କୁ ଗିରଫ କରିଥିବା ନେଇ ସୂଚନା ଦେଇଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ନୀତିଶ ଶେଖର । ଆନ୍ଧ୍ର -ଓଡିଶା ବର୍ଡର ସାଉଥ ଜୋନାଲ କମିଟି ମିଲେଟ୍ରି ପ୍ଲାଟୁନର ଥିଲେ ଏହି ହାର୍ଡକୋର ମାଓବାଦୀ।
ଗିରଫ ମହିଳା ମାଓବାଦୀ ମାନେ ହେଲେ ମହିଳା ମାଓ ନେତ୍ରୀ ସ୍ୱପ୍ନା ଓରଫ ଚନ୍ଦ୍ରମା ଖିଲ ଏସିଏମ କ୍ୟାଡ଼ର ତାଙ୍କ ପାଇଁ ୪ ଲକ୍ଷ ଟଙ୍କା ପୁରସ୍କାର ଥିଲା। କମଲା ଖିଲ ଓରଫ ବବିତା ପାର୍ଟି ମେମ୍ବର। ୨ ଲକ୍ଷ ଟଙ୍କା ପୁରସ୍କାର ଥିବା ବେଳେ ସୁସ୍ମିତା ଓରଫ ସୁନିତା ଖିଲ ଟପ ମାଓବାଦୀ ଉଦୟର ଥିଲେ ଅଙ୍ଗ ରକ୍ଷକ । ତାଙ୍କ ପାଇଁ ୨ ଲକ୍ଷ ଟଙ୍କା ପୁରସ୍କାର ଥିଲା। ତିନି ମହିଳା ମାଓବାଦୀଙ୍କ ନାଁରେ ମୋଟ ୮ ଲକ୍ଷ ଟଙ୍କା ପୁରସ୍କାର ଥିଲା । ଗିରଫ ସମସ୍ତ ମାଓବାଦୀଙ୍କ ଘର ସ୍ୱାଭିମାନ ଅଞ୍ଚଳ ଯୋଡାମ୍ବ ଥାନା ଅନ୍ତର୍ଗତ ଧାକଡ଼ପଦର ଗ୍ରାମରେ।
Related Stories
December 28, 2024