ଜୟପୁର- ଅବିଭକ୍ତ କୋରାପୁଟ ଜିଲା କେନ୍ଦ୍ରୀୟ କିୟାନୁÂାନ କମିଟି ତରଫରୁ ପୁଣି ୫ ଦିନ କାର୍ଯ୍ୟବନ୍ଦ ଆନେ୍ଦାଳନ କରାଯାଇଛି । ଅବିଭକ୍ତ କୋରାପୁଟ ଜିଲାରେ ହାଇ କୋର୍ଟ ବେଂଚ ପ୍ରତିÂା ନେଇ ଦୀର୍ଘ ୧୫ ବର୍ଷ ହେବ ଦାବି ହୋଇ ଆସୁଛି ।ଏହାକୁ ନେଇ ରାଜ୍ୟ ସରକାର ପାଲ କମିଶନ ଗଠନ କରିଥିଲେ । ଜସଓନ୍ତ ସିଂ ରିପୋର୍ଟ ଅନୁସାରେ ଜୟପୁର ଠାରେ ହାଇକୋର୍ଟ ବେଂଚ ପାଇଁ ସବୁ ସର୍ତ ପୁରଣ କରୁଥିବା କହିଛି କମିଟି । ସଂଘ ସୂଚନା ଦେଇଛନ୍ତି ଯେ ଓଡିଶାର ଯଦି କେଉଁଠି ହାଇକୋର୍ଟ ବେଂଚ ପ୍ରତିÂା ପାଇଁ ଅନୁକୁଳ ତାହା ହେଉଛି ଜୟପୁର ସହର । କାରଣ ଜୟପୁର ସହର ହାଇକୋର୍ଟ ଠାରୁ ୬ ଶହ କି.ମି ଦୁରରେ ରହିଥିବା ବେଳେ ଟ୍ରେନତ ଦୁରର କଥା ସିଧା ସଳଖ ଗୋଟିଏ ବସ ରୁ ୨ ଟି ନାହିଁ । ତେଣୁ ଯାହାର କୁଫଳ ଦାର୍ଘ ବର୍ଷ ହେବ ଅବିଭକ୍ତ କୋରାପୁଟ ଜିଲାର ନିରିହ ଜନସାଧାରଣ ଭୋଗି ଆସୁଛନ୍ତି । ବିଶେଷ କରି ଅଜ୍ଞନତା ହେତୁ ଏ ଅଂଚଳର ବହୁ ଆଦିବାସି ଓ ହରିଜନ ଶ୍ରେଣୀର ଲୋକ ମାନେ ହାଇକୋର୍ଟରେ ମାମଲା ନ ଲଢିପାରି ନିଜ ଅଧିକାର ହରାଇ ବସୁଛନ୍ତି । ଓଡିଶାର ଯେଉଁ ସବୁ ସହର ଗୁଡିକରୁ ହାଇକୋର୍ଟ ବେଂଚ ପ୍ରତିÂା ନେଇ ଦାବି ହୋଇ ଆସୁଛି ସେଗୁଡିକ କଟକ ଠାରୁ ଜୟପୁର ଅପେକ୍ଷା ନିକଟରେ ଅଛନ୍ତି । ରାଜ୍ୟ ସରକାର ଏହି ପଛୁଆ, ମାଓପ୍ରବଣ, ଗମନା ଗମନ କ୍ଷେତ୍ରରେ ଅବହେଳିତ ଏବଂ ସାକ୍ଷ୍ୟରତା ଦୃଷ୍ଟିରୁ ପଛରେ ରହିଥିବା ଅଂଚଳକୁ ପ୍ରାଧାନ୍ୟ ଦେଇ ଜୟପୁର ଠାରେ ହାଇକୋର୍ଟ ବେ ପ୍ରତିÂା କରିବାକୁ ନିଷ୍ପତି ନିଆଯାଉ ବୋଲି କମିଟି ଦାବୀ କରିଛି । ୧୯୮୧ରେ ଗଠିତ କେନ୍ଦ୍ର ସରକାରଙ୍କ ଯଶବନ୍ତ ସିଂ କମିଶନର ସୁପାରିଶ ଆଧାରରେ ଦକ୍ଷିଣ ଓଡିଶାରେ ହାଇକୋର୍ଟ ବେ ସ୍ଥାପନ ଦିଗରେ ସମସ୍ତ ସର୍ତପୂରଣ କରୁଛି । କିନ୍ତୁ ଏନେଇ କୌଣସି ସୁଫଳ ମିଳି ପାରିନାହିଁ । ଯାହା ଫଳରେ ଦକ୍ଷିଣ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିÂା ଦିଗରେ ସରକାର ଶୀଘ୍ର ପ୍ରତିଶୃତି ଦାବିରେ କାଯ୍ୟବନ୍ଦ ଆନେ୍ଦାଳନ ଜାରି ରହିଛି । ୨୪ ତାରିଖରୁ ୩୧ ତାରିଖ ଯାଏ କାର୍ଯ୍ୟବନ୍ଦ ଆନେ୍ଦାଳନ କରିବାକୁ କ୍ରିୟାନୁÂାନ କମିଟି ନିଷ୍ପତି ଅନୁଯାଇ ଆନେ୍ଦାଳନ କରିଛି । ଏହି ଦିନ ଭିତରେ ୩ ଦିନ ଛୁଟି ରହି ଥିବାରୁ ର୍କା୍ୟାଦେଶ ଦିନରେ କାର୍ଯ୍ୟବନ୍ଦ ଆନେ୍ଦାଳନ କରିଛି । ଅବିଭକ୍ତ କୋରାପୁଟ ଜିଲାର ଯେ କୌଣସି ଠାରେ ହାଇକୋର୍ଟ ବେଂଚ ପ୍ରତିÂା ଦାବୀ ନେଇ ଦୀର୍ଘ ୧୧ ମାସର କୋର୍ଟ ବର୍ଜନ କରିଥିଲେ । ହାଇକୋର୍ଟ ବେଂଚ ଦାବୀରେ ଓକିଲଙ୍କ କୋର୍ଟ ବର୍ଜନ ଆନେ୍ଦାଳନ ଡିସେମ୍ବର ୪ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୧୧ ମାସ ଧରି ଆଇନଜୀବି ମାନେ କୋର୍ଟ ବର୍ଜନ କରିଥିଲ । ଦୀର୍ଘ ୧୧ ମାସ ହେବ ହାଇକୋର୍ଟ ବେଂଚ ଦାବୀରେ ଆନେ୍ଦାଳନ ଜାରି ରହିଥିବା ବେଳେ ହାଇକୋର୍ଟ ଏହି ଆନେ୍ଦାଳନକୁ ଆଇନ ଅମାନ୍ୟ କରିଥିବା ନେଇ ମାମଲା ରୁଜୁ କରି ସଂଘ ସଭାପତି ଓ ସମ୍ପାଦକଙ୍କୁ ହାଇକୋର୍ଟ ନୋଟିସ କରିଥିଲେ । ଏହି ଆନେ୍ଦାଳନକୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ଉଦବେଗ ପ୍ରକାଶ କରିବା ପରେ କାର୍ଯ୍ୟବନ୍ଦ ଆନେ୍ଦାଳନକୁ ବନ୍ଦ କରିଥିଲେ । ଗତ ମାସରେ ଜିଲା ଡମ ସଂଗଠନର ଲିଖିତ ଅନୁରୋଧ କ୍ରମେ ୫ ଦିନ କାର୍ଯ୍ୟ ବନ୍ଦ ଆନେ୍ଦାଳନ କରାଯାଇଥିଲା । ଚଳିତ ମାସରେ ପରଜା ସମାଜର ଅନୁରୋଧ କ୍ରମେ କାର୍ଯ୍ୟ ବନ୍ଦ ଆନେ୍ଦାଳନ କରାଯାଇଛି । ଏମିତିକି ତହସିଲ. ରେଜିଷ୍ଟାର ଅଫିସ ମଧ୍ୟ ବନ୍ଦ ରହିଛି ।
Related Stories
November 23, 2024