ଭୁବନେଶ୍ୱର– ଧାନ କିଣିବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ।ଗୋଟିଏ ମାସ ତଳେ ସୋହେଲା ଠାରେ ଘୋଷଣା କରିଥିଲେ ଚାଷୀଙ୍କୁ ଶୋଷଣ କଲେ ଜେଲ୍ ପଠାଯିବ। ବିଭିନ୍ନ ଜିଲ୍ଲା ଦାୟିତ୍ଵ ମନ୍ତ୍ରୀ ମାନଙ୍କୁ ଦେଲେ । ଅଦିନିଆ ବର୍ଷା ରେ ଚାଷ ଉଜୁଡି ଯାଇଛି। 4 ଦିନ ରେ 5 ଚାଷୀଙ୍କ ମୃତ୍ୟୁ ଘଟିଲାଣି। ଇତିହାସରେ ଘଟଣା ବିରଳ। 70 ରୁ 90 ପ୍ରତିଶତ ଧାନ ଉଠିଯିବା କଥା। ତାହା ହୋଇନି। ପ୍ରାୟତଃ ସବୁ ଜିଲ୍ଲାରେ 3 , 4 ତାରିଖ ପରେ ଧାନ ଉଠାଯିବ। ଏହାଦ୍ୱାରା ଅଭାବି ବିକ୍ରୀ ହେଲା। ଅବ୍ୟବସ୍ଥା ପାଇଁ ସମ୍ବେଦନଶୀଳତା ରହିଲାନି। ଧାନ କିଣା ସାଇକେଲକୁ ଭାଙ୍ଗିଦେଲେ। ଚାଷୀ ପଡୋଶୀ ରାଜ୍ୟର ମିଲରଙ୍କୁ ବାଧ୍ୟ ହେଉଛି ଅଭାବି ବିକ୍ରୀ କରିବାକୁ। ସରକାରଙ୍କ ପାଖରେ ଏହାକୁ ମୁକାବିଲା କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ସେପଟେ ଧାନ ଉଠି ପାରୁନି, ଏପଟେ ଚାଷୀ ଅଭାବୀ ବିକ୍ରି କରୁଛି। ଏହାଦ୍ୱାରା ଆସନ୍ତା ରବି ସିଜିନ୍ ମଧ୍ୟ ପ୍ରଭାବିତ ହେବ। କଟନି ଛଟନି ହେବନି ବୋଲି ଘୋଷଣା କରିଥିଲେ ସରକାର ହେଲେ ଏବେ କଣ ଚାଲିଛି। ବର୍ଷା ପାଇଁ ଧାନ ରଙ୍ଗ ବଦଳି ଗଲା। ସେ ଧାନକୁ ସରକାର ଉଠାଇବେ ନା ନାହିଁ ସ୍ପଷ୍ଟ କରନ୍ତୁ। ମୁଖ୍ୟମନ୍ତ୍ରୀ ସର୍ବ ଦଳୀୟ ବୈଠକ ଡାକନ୍ତୁ, ଚାଷୀ ସଂଗଠନ ସହ ଆଲୋଚନା କରି ଚାଷୀ କୂଳକୁ ଉଦ୍ଧାର କରନ୍ତୁ ବୋଲି ଦାବି କହିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
Related Stories
December 28, 2024