ନୂଆଦିଲ୍ଲୀ-ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ସମ୍ମାନରେ କଂଗ୍ରେସର ସ୍ଥାପନା ଦିବସ ସମାରୋହ ସହିତ ସମସ୍ତ ଔପଚାରିକ କାର୍ଯ୍ୟକ୍ରମ ଆଗାମୀ 7ଦିନ ଯାଏ ରଦ୍ଦ କରାଯାଇଛି । କଂଗ୍ରେସ ପାର୍ଟିର ରାଷ୍ଟ୍ରୀୟ ମହାସଚିବ କେସି ବେଣୁଗୋପାଳ ଗତକାଲି ରାତିରେ ଏହି ସୂଚନା ଦେଇଛନ୍ତି ।
କେସି ବେଣୁଗୋପାଳ କହିଛନ୍ତି ଯେ, ରଦ୍ଦ କରାଯାଇଥିବା କାର୍ଯ୍ୟକ୍ରମରେ ସମସ୍ତ ଆନ୍ଦୋଳନାତ୍ମକ ଓ ଆଉଟରିଜ କାର୍ଯ୍ୟକ୍ରମ ସାମିଲ ରହିଛି । ପାର୍ଟିର କାର୍ଯ୍ୟକ୍ରମ ଜାନୁୟାରୀ 3 , 2025ରୁ ପୁଣି ଥରେ ଆରମ୍ଭ ହେବ । ଶୋକର ଏହି ଅବଧି ସମୟରେ ପାର୍ଟିର ପତାକା ଅର୍ଦ୍ଧନମିତ ରହିବ ।