ବଲାଙ୍ଗିର– ଆଜିକାଲି ପିଲାମାନେ ଚାପଗ୍ରସ୍ତ ହେଉଛନ୍ତି। ଅଧିକ ଚାପଗ୍ରସ୍ତ ହୋଇ ପିଲାମାନେ ବିଭିନ୍ନ ଭୁଲ୍ ପଦକ୍ଷେପ ଗ୍ରହଣ କରୁଥିବାର ଦେଖିବାକୁ ମିଳୁଛି। ଏଣୁ ପିଲାଙ୍କୁ ପାଠଚାପମୁକ୍ତ କରିବା ଏବଂ ଖୁସିରେ ରହିବାର କୌଶଳ ଶିକ୍ଷା ପ୍ରଦାନ କରିବା ପାଇଁ ଶ୍ରୀ ଶ୍ରୀ ରବିଶଙ୍କର ବିଶ୍ୱବିଦ୍ଯାଳୟ ବାଙ୍ଗାଲୋରର ଏକ ତିନିଜଣିଆ ପ୍ରତିନିଧି ଦଳ ଆସି ଓଡ଼ିଶା ଆଦର୍ଶ ବିଦ୍ଯାଳୟ ପଥରଚେପା ବଲାଙ୍ଗିରରେ ପହଞ୍ଚି ବିଦ୍ଯାଳୟ ଦ୍ୱାରା ଆୟୋଜିତ ଏକ ଚାପମୁକ୍ତ କୌଶଳ ଶିବିରରରେ ଯୋଗଦାନ କରିଛନ୍ତି। ବିଦ୍ଯାଳୟର ଅଧ୍ଯକ୍ଷ କ୍ଷମାନିଧି ଝାଙ୍କରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦ୍ୱାଦଶ ଶ୍ରେଣୀର ୮୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ପିଲାଙ୍କୁ ଚାପମୁକ୍ତ କରିବା ଏବଂ ତାଙ୍କ ଭିତରେ ଆନନ୍ଦ ଆଣିବା ହିଁ ଏହି କାର୍ଯ୍ୟକ୍ରମର ମୁଖ୍ଯ ଉଦ୍ଦେଶ୍ଯ ଥିଲା।
ଡାକ୍ତର ପ୍ରିତିଶ ମିଶ୍ରଙ୍କ ନେତ୍ରୁତ୍ଵରେ ଅନୁଷ୍ଠିତ ଆଜିର ଏହି କାର୍ଯ୍ୟକ୍ରମରେ ପିଲାମାନେ ଯେମିତି ଚାପମୁକ୍ତ ହେବେ ଓ ଖୁସିରେ ରହିବେ ସେଥିପାଇଁ ଡାକ୍ତର ଶ୍ରୀ ମିଶ୍ର ଓ ହରପ୍ରିୟା ମିଶ୍ର ପିଲାମାନଙ୍କୁ ଯୋଗ ଓ ପ୍ରାଣାୟାମ ସମେତ ବିଭିନ୍ନ କୌଶଳ ଶିକ୍ଷା ଦେଇଥିଲେ। ଆଜିକାର ଏହି କାର୍ଯ୍ୟକ୍ରମରେ ଆର୍ଟ ଅଫ ଲିଭିଂଗ୍ ର ଶିକ୍ଷକ ହରପ୍ରିୟା ମିଶ୍ର, ପ୍ରଭାସିନୀ ସାହୁ, ବିଦ୍ଯାଳୟର ବରିଷ୍ଠ ଇଂରାଜୀ ଶିକ୍ଷକ ଗଜମଣି ବାଗ, ରସାୟନ ଶିକ୍ଷୟତ୍ରୀ ସ୍ୱାଗତିକା ବେହେରା ଉପସ୍ଥିତ ଥିଲେ। ଅଧ୍ଯକ୍ଷ କ୍ଷମାନିଧି ଝାଙ୍କର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଶିକ୍ଷକ ଗଜମଣି ବାଗ ଧନ୍ଯବାଦ ଅର୍ପଣ କରିଥିଲେ।