ଭୁବନେଶ୍ୱର– ବୀର ବାଲ୍ ଦିବସ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ବଳିଦାନୀ ଗୁରୁପୁତ୍ରଙ୍କ ସ୍ମୃତିଚାରଣ କରିବା ସହ କହିଛନ୍ତି ଯେ, ତାଙ୍କ ବଳିଦାନ ପୂରା ମାନବ ସମାଜ ପାଇଁ ପ୍ରେରଣାର ସ୍ରୋତ ଅଟେ ।
ଶ୍ରୀ ପ୍ରଧାନ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ଭାରତର ଗୌରବଶାଳୀ ଇତିହାସରେ ଗୁରୁ ଗୋବିନ୍ଦ ସିଂଙ୍କ ଛୋଟ ସୁପୁତ୍ର ବାବା ଜୋରାୱର ସିଂହ ଓ ବାବା ଫତେହ ସିଂହଙ୍କ ଅଦ୍ୱିତୀୟ ବଳିଦାନ ସର୍ବଦା ସ୍ମରଣ କରାଯିବ । ମାତ୍ର 6 ଓ 9 ବର୍ଷ ବୟସରେ ସେମାନେ ଅତ୍ୟାଚାର ସମ୍ମୁଖରେ ମୁଣ୍ଡ ନୁଆଁଇବା ପରିବର୍ତ୍ତେ ନିଜ ଧର୍ମ ଓ ଆଦର୍ଶର ରକ୍ଷା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ । ସୁପୁତ୍ରମାନଙ୍କ ବଳିଦାନ କେବଳ ଶିଖ୍ ଧର୍ମ ନୁହେଁ ବରଂ ପୂରା ମାନବ ସମାଜ ପାଇଁ ପ୍ରେରଣାର ସ୍ରୋତ ଅଟେ । ଏହି ଦିବସ ପ୍ରତ୍ୟେକ ଯୁବକଙ୍କୁ ସାହସ, ଧର୍ମନିଷ୍ଠା ଓ ସତ୍ୟର ମାର୍ଗରେ ଚାଲିବାକୁ ପ୍ରେରଣା ଦେଇଥାଏ । ଆଜି ବୀର ବାଲ୍ ଦିବସ ଅବସରରେ ଚାରି ସୁପୁତ୍ର, ମାତା ଗୁଜରୀ ଓ ଗୁରୁ ଗୋବିନ୍ଦ ସିଂହଙ୍କ ବୀରତା ଓ ବଳିଦାନକୁ କୋଟି କୋଟି ପ୍ରଣାମ କରୁଛି ।