ବଲାଙ୍ଗିର ,ବୁଧବାର ଅପରାହ୍ନ ରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ , ବଲାଙ୍ଗୀର ଶାଖା ଦ୍ଵାରା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶତ ବାର୍ଷିକୀ ଜୟନ୍ତୀ, ଐତିହାସିକ ପୂର୍ଣ୍ଣ ଚନ୍ଦ୍ର ରଥ, ପାଠାଗାର, ତେଲି ଗୋଠ ପଡା ଠାରେ ପାଳନ ହୋଇ ଯାଇଛି ।ଏଥିରେ ବଲାଙ୍ଗୀର ପୂଜ୍ଯ ପୂଜା ସଂଗଠନ, ସଂଗଠକ ମଦନ ରଥଙ୍କ ସହଯୋଗ କରିଥିଲେ ।ଏହି ଅବସରରେ ପରିଷଦର ସଭାପତି ଡକ୍ଟର ଭବାନୀ ଶଙ୍କର ପଟେଲ, ପୌରହିତ୍ୟ କରିଥିଲେ ।ମୁଖ୍ଯ ଅତିଥୀ ଭାବରେ ଶ୍ରୀମାନ ଗୋପାଳଜୀ ପାଣିଗ୍ରାହୀ ବରିଷ୍ଠ ବି,ଜେ,ପି ନେତା ଦୀପ ପ୍ରଜ୍ବଳନ କରିଥିଲେ ।ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ଯ ଶ୍ରୀ ଗିରିଜା ଶଙ୍କର ରଥ, ସମ୍ମାନୀତ ଅତିଥୀ ,ମୁଖ୍ଯ ବକ୍ତା ଭାବେ ଡକ୍ଟର ପ୍ରେମ ଚାନ୍ଦ ମହାନ୍ତି,ଅବସରପ୍ରାପ୍ତ ପ୍ରଧ୍ୟାପକ ମଞ୍ଚାସୀନ ଥିଲେ ।ସଭାକୁ ସଂଯୋଜନା ଭାବରେ ଡାକ୍ତର ଅଶୋକ ସେଠୀ ପରିଚାଳନା କରିଥିଲେ ।ଏହି ସଭାରେ ମୁଖ୍ଯ ବକ୍ତାଙ୍କ ସହ ସମସ୍ତ ଅତିଥୀ ବୃନ୍ଦ ଅଟଳ ଙ୍କ ଜୀବନୀ ତଥା ପ୍ରତିଭା ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ସ୍ମୃତିଚାରଣ କରିଥିଲେ ।ଏହି ଅବସରରେ କବିତା ପାଠୋତ୍ସବ ହୋଇଥିଲା ।କବିତା ପାଠ କରିଥିଲେ ଶ୍ରୀମତୀ ପଙ୍କ ଜିନୀ ପଣ୍ଡା,ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ,ହୃଷିକେଶ ପୁରୋହିତ, ବଳିଷ୍ଠ ପ୍ରଧାନ, ନଳିନୀପ୍ରଭା ସତପଥି, ରାଜକିଶୋର ପଣ୍ଡା,ଧର୍ମ ବ୍ରତ ରଥ, ଶ୍ରୀମତି ରଶ୍ମିପାତ୍ର, ଡାକ୍ତର ଅଶୋକ ସେଠୀ, ଶ୍ରୀ ଗିରିଜା ଶଙ୍କର ରଥ, ଡକ୍ଟର ଭବାନୀ ଶଙ୍କର ପଟେଲ ,ସ୍ବରଚିତ କବିତା ଆବୃତ୍ତି କରିଥିଲେ ।ଏହି ସଭାରେ ସାହିତ୍ୟ ପ୍ରେମୀ ନାଟ୍ୟକାର ଜଗଦାନନ୍ଦ ଛୁରିଆ, ଜୟ କୁମାର ଆଚାର୍ଯ୍ଯ, ପ୍ରମୋଦ କୁମାର ସାହୁ, ରମାଇ ଷଡଙ୍ଗୀ, ବିଭୁ ଦତ୍ତ ମିଶ୍ର, ଦିବାକର ହୋତା, ସୁକାନ୍ତୀ ମଂଜରୀ ପାଣି, ତଥା ଅନେକ ସାହିତ୍ୟିକ, ସମାଜ ସେବୀ ସମାବେଶ ହୋଇଥିଲେ ।ସଭାପତି ଡକ୍ଟର ଭବାନୀ ଶଙ୍କର ପଟେଲ ନିଜ ସଭାପତିତ୍ଵ ଅଭିଭାଷଣ ରେ ଅଟଳ ଙ୍କ ମହାନୁଭବତାର ଗୁଣ କୀର୍ତ୍ତନ ସହ ଉପସ୍ଥିତ ମୁଖ୍ଯ ଅତିଥୀ ତଥା ବକ୍ତାଙ୍କ ବକ୍ତବ୍ଯ କୁ ଉଚ୍ଚ ପ୍ରଶଂସା କରିବା ସହ ଅଖିଳ ଭାରତୀୟ ସାହିତ୍ଯ ପରିଷଦ ର ଉଦ୍ଦେଶ୍ଯ ଓ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ।ଶେଷରେ ଶ୍ରୀ ଧର୍ମ ବ୍ରତ ରଥ, ଧନ୍ୟବାଦ ଅର୍ପଣ କରିଥିଲେ ।ସଭାପତିଙ୍କ ନିର୍ଦେଶ ଅନୁସାରେ ସଭା ସାଙ୍ଗ ହୋଇଥିଲା ।
Related Stories
December 26, 2024