ବଲାଙ୍ଗିର, ଆଗଲପୁର( ଡୁଡ଼ୁକା) ବ୍ଲକର ମିଶନ ଶକ୍ତି ସଭାଗୃହଠାରେ ବ୍ଲକ୍ ସ୍ତରୀୟ ଶିଶୁ ସୁରକ୍ଷା ଓ ପୋଷ୍ୟ ସନ୍ତାନଗ୍ରହଣ ,ପ୍ରତିପାଳନ ଶିଶୁ ଯତ୍ନ ଆଧାରିତ ସଚେତନତା କର୍ମଶାଳା ବ୍ଲକର ଶିଶୁ ସୁରକ୍ଷା ପ୍ରକଳ୍ପ ଅଧିକାରିଣୀ ଶୁଭଶ୍ରୀ ମିଶ୍ର ଙ୍କ ଅଧ୍ୟକ୍ଷତାରେ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ସି ଡି ପି ଓ କହିଲେ ମା ଗର୍ଭରୁ ଆରମ୍ଭ କରି ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଶିଶୁ ଓ ମହିଳାଙ୍କ ମହିଳା ବିଭାଗ ତରଫରୁ ଶିଶୁର ବିକାଶ,ସୁରକ୍ଷା ଓ ସର୍ବାଙ୍ଗୀନ ଉନ୍ନତି ସକାଶେ ବିଭିନ୍ନ ପ୍ରକାର ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଇଅଛି ଓ ପୋଷ୍ୟ ସନ୍ତାନ ଗ୍ରହଣରେ ଆଇନଗତ ବିଧି ବ୍ୟବସ୍ତା ଉପରେ ଜଣାଇଥିଲେ।ଏହି କର୍ମଶାଳାରେ ଅରୁଣ କୁମାର ଖୁଅସ୍ ଆଇନ୍ ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ, ପ୍ରତ୍ୟାଶୀ ପୋଷ୍ୟ ସନ୍ତାନ ଗ୍ରହଣକାରିଙ୍କ ଯୋଗ୍ୟତା ପୋର୍ଟାଲ ମାଧ୍ୟମରେ ପୋଷ୍ୟ ସନ୍ତାନ ପାଇଁ ଅଗହି ବ୍ୟକ୍ତିଙ୍କ ଆବେଦନ ତଥା ପ୍ରତିପାଲନ ଯତ୍ନ ବ୍ୟବସ୍ଥା ଓ ପ୍ରତିପାଲନ ଯତ୍ନ ବ୍ୟବସ୍ତା ରୁ ଶିଶୁ କୁ ପୋସ୍ୟ ସନ୍ତାନ ରୂପେ ଗ୍ରହଣ ଉପରେ ତାଲିମ ପ୍ରଦନ କରିଥିଲେ। କର୍ମଶାଳାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ରେ ଅବସ୍ଥାପିତ ଥିବା ଅରୁଣା ର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ଫୋଷ୍ଟର କେଆର, ଯଶୋଦା, ପନସର୍ସିପ୍ , ଗ୍ରିନ ପେସେଜ୍ ଯୋଜନା ଉପରେ ଯୋଗ୍ୟତା,ଆବଶ୍ୟକ କାଗଜ,ଦରଖାସ୍ତ ର ଆବଶ୍ୟକତା ଉପରେ ତାଲିମ ପ୍ରଦାନ କରିଥିଲେ,କାର୍ଯ୍ୟକ୍ରମରେ ଆଗଲପୁର ବ୍ଲକ୍ ରୁ ଆଶା,ଅଙ୍ଗନୱାଡ଼ି, ସୁପରଭାଇଜର ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମରେ ଚାଇଲ୍ଡ ହେଲ୍ପ ଲାଇନର ର ଜିଲ୍ଲା ସଂଯୋଜକ ବିକ୍ରମ ପଣ୍ଡା, ଆଇ ସି ଡି ଏସ ର ସୁପରଭାଇଜର ଡୁଲାରି ଧାରୁଆ,ପ୍ରଫୁଲ୍ଲ କୁମାର ଦୋରା,ପଦ୍ମିନୀ ପାତ୍ର ଉପସ୍ଥିତ ରହି ଶିଶୁ ସୁରକ୍ଷା ସମ୍ପର୍କିତ ବକ୍ତବ୍ୟ ପ୍ରଦାନ କରିଥିଲେ। ପରିଶେଷରେ ବ୍ଲକ୍ ର ଶିଶୁ ବିକାଶ ବିଭାଗ ର ସୁପର ଭାଇଜର୍ ଅନୁପମ ନାଏକ୍ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।